ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ଶିବିର ଅନୁଷ୍ଠିତ।

କଳାହାଣ୍ଡି, 23/07/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :
Article Image
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଗୁରୁବାର କୋକସରା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥିମାନେ ଭୀମଭୋଇ ଙ୍କ ଫୋଟୋଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କୋକସରା ବ୍ଲକ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ସଭାପତିତ୍ୱ ର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ଙ୍କ ପ୍ରତିନିଧି ତ୍ରିନାଥ ଶବର,ମୁଖ୍ୟବକ୍ତା ଭାବେ ସମିତି ସଭ୍ୟ ସଙ୍ଘ ସମ୍ପାଦକ ଗଜାନନ ନିଆଳ, ସମ୍ମାନିତ ଅତିଥୀ ଭାବେ ଡି ଡି ଆର ସି ଅଧିକାରୀ କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନା ବିଷୟରେ ପରାମର୍ଶ ସହ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଲାଭ ଉଠାଇବାକୁ କହିଥିଲେ। ଏହି ଅବସରରେ ବ୍ଲକ ର ୨୨ ପଞ୍ଚାୟତ ରୁ ଆସିଥିବା ଶତାଧିକ ଭିନ୍ନକ୍ଷମ ଙ୍କ ରେଜିଷ୍ଟ୍ରେସନ ସହ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତର ଙ୍କ ପରାମର୍ଶ ପରେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଭିନ୍ନକ୍ଷମ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରୁ ବିଭିନ୍ନ ବିଭାଗୀୟ ବିଶେଷଜ୍ଞ ଡାକ୍ତର ଉପସ୍ଥିତ ରହି ଭିନ୍ନକ୍ଷମ ଶିବିର ରେ ଆସିଥିବା ରୋଗୀ ଙ୍କ ପରୀକ୍ଷା ସହ ଚିକିତ୍ସା କରିଥିଲେ। ଏହି ଶିବିର ରେ ୨ଶହ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ହିତାଧିକାରୀ ରେଜିଷ୍ଟ୍ରେସନ ହୋଇଥିବା ବେଳେ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ଭତ୍ତା, ପ୍ରମାଣପତ୍ର,ଟ୍ରାଇ ସାଇକେଲ, ହ୍ବିଲ ଚେୟାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ପିଇଓ ଜାଫେଦ ନାଗ କରିଥିବା ବେଳେ ଭାରପ୍ରାପ୍ତ ବିଏସଏସ ଓ ଲୋକନାଥ ଭାଟି ସମେତ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ପଞ୍ଚାୟତ ନିର୍ବାହୀ ଅଧିକାରୀ,ଏଡିଓ ଉପସ୍ଥିତ ରହି ଭିନ୍ନକ୍ଷମ ଙ୍କ ରେଜିଷ୍ଟ୍ରେସନ ଓ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Article Image
8