ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବହ୍ମ ଜଗନ୍ନାଥ ମିସନ୍ ତାଳଦଣ୍ଡା ହେବ ଦ୍ୱିତୀୟ ଶ୍ରୀକ୍ଷେତ୍ର କହିଲେ ବାଚସ୍ପତି

କୁଜଙ୍ଗ / ତାଳଦଣ୍ଡା, 24/07/2026, ଉତ୍କଳ voice news - utkalvoicenews.comତା - 22/07/2026 :
Article Image
ଜଗତସିଂହପୁର ଜିଲ୍ଲାର ଜ୍ୟୋତି ପୀଠ ତାଳଦଣ୍ଡା ସ୍ଥିତ ବହ୍ମ ଜଗନ୍ନାଥ ମିଶନର ରଥ ଯାତ୍ରା ପାଇଁ ହେଉଥିବା ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅନୁଷ୍ଠାନର ଆଜି ଷଷ୍ଠ ସନ୍ଧ୍ୟାର ଆଧ୍ୟାତ୍ମିକ ସନ୍ଧ୍ୟାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରହ୍ମ ଜଗନ୍ନାଥ ମିଶନ ତାଳଦଣ୍ଡା ଆଗାମୀ ଦିନରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରତିଷ୍ଠାଲାଭ କରିବ।ପୁରୀ ପରେ ଦ୍ୱିତୀୟ ଜଗନ୍ନାଥ କ୍ଷେତ୍ର ଭାବେ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ମାନେ ଏଠାକୁ ଛୁଟି ଆସିବେ।ସେହିପରି ସମସ୍ତ ଜଗନ୍ନାଥ ସଂସ୍କୃତିର ଗବେଷକ ଓ
Article Image
ଉପାସକମାନଙ୍କ ପାଇଁ ଏହି ଲୀଳାମୟ କ୍ଷେତ୍ର ଉପାସନାର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ।ଆଜିର ସାରସ୍ୱତ ଆସରକୁ ଉଦ୍ଘାଟକ ଭାବେ ମାଳିକା ଗବେଷଣା ପଣ୍ଡିତ ଦିବାକର ଦାସ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବ୍ୟକ୍ତା ଭାବେ ଜିଲ୍ଲାପାଳ ଜେ ସୋନାଲ,ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ନାରୀନେତ୍ରୀ ଦୀପ୍ତୀ ରେଖା ନାୟକ,ଏସପି ଅଙ୍କିତ କୁମାର ବର୍ମା,ନାରୀନେତ୍ରୀ ସୀମନ୍ତିନୀ ଜେନା,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ଶତପଥୀ, ପ୍ରମୁଖ ଯୋଗ ଦେଇଥିଲେ।ଅଧ୍ୟାପିକା ଡ.ରୋଜାଲିନ ସଭା ସଂଯୋଜନା କରିଥିଲେ। କୁନିକୁନି କଳାକାର ମାନଙ୍କ ଦ୍ୱାରା ସଂଗୀତ ଓ ନୃତ ପରିବେଷଣ ହେବା ସହିତ ଓଡ଼ିଶାର ଜଣାଶୁଣା ବାଜିଗର ମ୍ୟାଜିକ୍ ସୋ ପକ୍ଷରୁ ମ୍ୟାଜିକ୍ ସିଆନ୍ ରଶ୍ମିରଞ୍ଜନ ଦାସଙ୍କ ମ୍ୟାଜିକ୍, ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଦର୍ଶକମାନଙ୍କ ଛୁଅ ଛୁଟିଥିଲା ମ୍ୟାଜିକର ଖୁବ ମଜା ଉଠାଇଥିଲେ ଉପସ୍ଥିତ ଥିବା ଦର୍ଶକ ମାନେ।ଆଜିର ମୁଖ୍ୟ ଅତିଥି ଓଡିଶାର ବିଧାନସଭା ବାଚସ୍ପତି ମହୋଦୟାଙ୍କ ଠାରୁ କୁନିକୁନି କଳାକାର ଓ ମ୍ୟାଜିକ୍ ସିଆନ୍ ରଶ୍ମିରଞ୍ଜନ ଦାସ ସମ୍ମାନିତ ହେଇଥିଲଲେ।ଶେଷରେ ବ୍ରହ୍ମ ଜଗନ୍ନାଥ ମିଶନର ପ୍ରମୁଖ କ୍ୟାପଟେନ୍ ସଞ୍ଜୀବ କୁମାର ମୁଦୁଲି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Article Image
5