ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଜେଲ୍ ଗଲେ ଯୁବକ।

କୁଜଙ୍ଗ, 18/02/2025, ଉତ୍କଳ voice news - utkalvoicenews.comକୁଜଙ୍ଗ ଅଂଚଳର ଜଣେ ଜନୈକା ଅଶ୍ଳୀଳ ଫଟୋ ଭାଇରାଲ୍ କରି ଯୁବକ ଜଣକ ଜେଲ୍ ଯିବା ଘଟଣା କୁଜଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ ପାଇଛି ଅଭୟଚନ୍ଦପୁର ଥାନା ଅନ୍ତର୍ଗତ ବଗଦିଆ ପଞ୍ଚାୟତ ଡାଲିମପୁର ଗ୍ରାମର ନିର୍ଭର ବେହେରାଙ୍କ ପୁଅ ତୁଷାର ବେହେରା (୨୪) କୁଜଙ୍ଗ ଅଂଚଳର ଜଣେ ଯୁବତୀଙ୍କ ସହ ମିଛି ମିଛିକା ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲା।କୈଶଳକ୍ରମେ କିଛି ଅନ୍ତରଙ୍ଗ ମୁହୁର୍ତର କିଛି ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାପାଇଁ ବ୍ଲାକମେଲ୍ କରିଆସୁଥିଲା। ମାତ୍ର ଯୁବତୀ ଏଥିରେ ରାଜି ନହେବାରୁ ତାର ସମସ୍ତ ଫଟୋ ଓ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ୍ କରିଥିଲା। ଏ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ୍ ? ଅଭିଯୁକ୍ତ ଯୁବକ ତୁଷାରକୁ ଗିରଫ କରିବା ସହ କେସ୍ ନମ୍ବର ୬୭ ୨୫ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ତପନ କୁମାର ନାୟକଙ୍କ ଠାରୁ ପ୍ରକାଶ ପାଇଛି।
Article Image
9