ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ବାହୁଡ଼ାଯାତ୍ରା ସମ୍ପନ୍ନ:ମଝି ଦାଣ୍ଡରେ ଅଟକିଲା ରଥ

ବୁଗୁଡ଼ା, 24/07/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ବୁଗୁଡ଼ାର ପ୍ରସିଦ୍ଧ ବାହୁଡ଼ାଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଆଜି ସକାଳୁ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ନୀତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଭକ୍ତଙ୍କ ଗହଣରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଳତି କରାଯାଇ ପାରମ୍ପରିକ ପହଣ୍ଡି ବିଜେ ମାଧ୍ୟମରେ ରଥାରୂଢ଼ କରାଯାଇଥିଲା।
Article Image
ରଥ ଉପରେ ଶାସ୍ତ୍ରୀୟ ନୀତି ଅନୁଯାୟୀ ବିଶେଷ ପୂଜାର୍ଚ୍ଚନା ଏବଂ ଆଳତି ସମ୍ପାଦନ କରାଯିବା ପରେ ମହନ୍ତଙ୍କ ଦ୍ଵାରା ଛେରା ପହଁରା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଛେରା ପହଁରା ଶେଷ ହେବା ପରେ ଶତାଧିକ ଭକ୍ତ ଆନନ୍ଦ ଉଲ୍ଲାସର ସହ "ହରିବୋଲ" ଓ "ହୁଳହୁଳି" ଧ୍ଵନିରେ ରଥ ଟାଣି ମଝିଦାଣ୍ଡରେ ପହଞ୍ଚାଇଥିଲେ।ବାହୁଡ଼ାଯାତ୍ରାକୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ମୂତୟନ ଥିଲେ।ପ୍ରକାଶ ଯେ, ଆସନ୍ତାକାଲି ଏକାଦଶୀ ତିଥିରେ ରଥ ଉପରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହେବ। ଏହା ପରଦିନ ରଥ ଉପରେ ଅଧରପଣା ଭୋଗ ଲାଗି ହେବା ପରେ ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ନିଜ ରତ୍ନବେଦୀକୁ ଫେରିବେ।
Article Image
Article Image
4