ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚନ୍ଦ୍ରଘଟି ଗ୍ରାମରେ ବାହୁଡ଼ାଯାତ୍ରା

ଏରସମା, 25/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାଟେଳି ଗ୍ରାମ ପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି।ଆଜି ସକାଳେ ମହାପ୍ରଭୁଙ୍କ ପାରମ୍ପାରିକ ରୀତିନୀତି ପରେ,ରଥ ପ୍ରତିଷ୍ଠା ଓ ପହଣ୍ଡି ବିଜେ କରାଯାଇଥିଲା। ରାଜା ବିନାୟକ ମହାନ୍ତି ରଥରେ ଛେରା ପହଁରା କରିଥିଲେ।ଏହା ପରେ ରଥଟଣା ପର୍ବ ଆରମ୍ଭ ହୋଇ ସନ୍ଧ୍ୟାରେ ରଥ ମାଉସୀ ମା'ଙ୍କ ମନ୍ଦିରରେ ପହଞ୍ଚିଥିଲା। ଏହି ଉତ୍ସବକୁ ପାଟେଳି ଗ୍ରାମର ବିଚିତ୍ର ନନ୍ଦ ମହାନ୍ତି, ବିକ୍ରମ ମହାନ୍ତି, ଜୟଦେବ ମହାନ୍ତି, ସାବିତ୍ରୀ ମହାନ୍ତିଙ୍କ ସମେତ ପାଟେଳି ବାସୀମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।ସଂଧ୍ୟାରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମସ୍ତ ଗ୍ରାମବାସୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
4