ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅନୁସୂଚିତ ଜନଜାତି / ଅନୁସୂଚିତ ଜାତି ବର୍ଗର ଛାତ୍ରମାନଙ୍କ ପାଇଁ ପ୍ରି-ମ୍ୟାଟ୍ରିକ୍ ଏବଂ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ହାର ବୃଦ୍ଧି

ଜଗତସିଂହପୁର, 25/07/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ରିପୋର୍ଟ) :
Article Image
ରାଜ୍ୟ କ୍ଷେତ୍ର ଯୋଜନା - "ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଉତ୍ସାହ ଯୋଜନା (ST)" ଏବଂ "ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଉତ୍ସାହ ଯୋଜନା (SC)" ଅନ୍ତର୍ଗତ ST ଏବଂ SC ବିକାଶ ବିଭାଗର ସ୍ୱତନ୍ତ୍ର ST/SC ଛାତ୍ରାବାସ ସମେତ ST ଏବଂ SC ବିକାଶ ବିଭାଗ ଏବଂ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ ମାଟ୍ରିକ୍ ଏବଂ ପୋଷ୍ଟ ମାଟ୍ରିକ୍ ଛାତ୍ରବୃତ୍ତି ପ୍ରଦାନ କରାଯାଏ। ବର୍ଦ୍ଧିତ ହାର ଅନୁଯାୟୀ ଯୋଗ୍ୟ ST/SC ଅନ୍ତେବାସୀମାନଙ୍କୁ ସେମାନଙ୍କର ମେସ୍ ଖର୍ଚ୍ଚ/ହଷ୍ଟେଲ ଶୁଳ୍କ ବହନ କରିବା ପାଇଁ ପ୍ରାକ୍ ମାଟ୍ରିକ୍ ଏବଂ ପୋଷ୍ଟ ମାଟ୍ରିକ୍ ଛାତ୍ରବୃତ୍ତି ପ୍ରଦାନ କରାଯାଏ:ଏଣିକି ପ୍ରଥମରୁ ଯୁକ୍ତ ଦୁଇଶ୍ରେଣୀ ଛାତ୍ରମାନେ ମାସକୁ 1600ଟଙ୍କା ଓ ଛାତ୍ରୀମାନେ 1700ଟଙ୍କା ପାଇବେ ।ଏହାକେବଳ ଛାତ୍ରବାସ ଓ ଛାତ୍ରୀନିବାସରେ ରହିପାଠପଡୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ |ସରକାରଙ୍କ ଏହିଜନକଲ୍ୟାଣ କରି ପଦକ୍ଷେପ କୁ ଉପକୂଳ ଓଡିଶା ବିକାଶ ପରିଷଦର ଆବାହକ ସରୋଜ ନାୟକ, ଓଡିଶା ଅଭିଵାବକ ସଂଘ ର ରାଜ୍ୟ ଉପସଭାପତି ଡ଼କ୍ଟର ଧୃତିଧରଦାସ, ଡ଼କ୍ଟର ଅରୁଣକୁମାର ପାଣି, ଶିକ୍ଷାବିତ ସୁରେଶ ଚନ୍ଦ୍ର ସ୍ୱାଇଁ, ଆଡ଼ଭୋକେଟ ଅନିରୁଦ୍ଧ ସାବତ ନିଆଳି ପ୍ରେସ କ୍ଲବର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ମହାପାତ୍ର, ସମାଜ ସେବୀ ନ୍ୟାୟବ୍ରତ ରାଉତ, ନିଆଳି ପ୍ରେସ କ୍ଲବ ସଭାପତି ମନୋରଞ୍ଜନ ଶତପଥି ସ୍ୱାଗତ କରିଛନ୍ତି |
4