ପାରାଦ୍ଵୀପ/ଇଫ୍ କୋ , 25/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା ୨୫.୦୭.୨୦୨୬ ରିଖ :

ଦୀର୍ଘ ୦୮ ବର୍ଷ ହେବ ଇଫକୋ କମ୍ପାନୀ ମଧ୍ୟରେ କାର୍ଯ୍ୟରତ ଏକ ଘରୋଇ ସ୍ନେପୋକନ କମ୍ପାନୀ ରେ ପାଟଳିପଙ୍କ ଗ୍ରାମର ବାବାଜି ସାହୁ ,(୪୫) ରିଗର୍ ଭାବରେ କାର୍ଯ୍ଯ କରି ଆସୁଥିଲେ l ଗତ ୦୭ ଦିନ ତଳେ ସେ ଉକ୍ତ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡିବାରୁ ସହକର୍ମୀ ମାନେ ତାଙ୍କୁ ପ୍ରଥମେ ପାରାଦୀପ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଅଶ୍ୱିନୀ ହସ୍ପିଟାଲ କଟକ କୁ ନେଇ ଚିକିତ୍ସା କରୁଥିଲେ l ମାତ୍ର ଦୁଃର୍ଭାଗ୍ୟ ବଶତଃ ଗତ କାଲି ବିଳମ୍ବିତ ରାତ୍ରୀରେ ସେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନା ରେ ତାଙ୍କର ମୃତ୍ୟୁ ହେଲା l ମୃତ୍ୟୁ ଖବର ପାଇ ବାବାଜୀ ସାହୁ ଙ୍କ ସହକର୍ମୀ ଓ ତାଙ୍କ ପାରିବାର ସଦସ୍ୟ ଓ ଗ୍ରାମ ବାସୀ ମାନେ ମୃତ ବାବାଜୀ ସାହୁ ଙ୍କ ମର ଶରୀର ସହିତ ଇଫ୍ କୋ କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ l ଖବର ପାଇ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହିତ ଏ ସମ୍ପର୍କରେ ମାନ୍ୟବର ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ବେହେରା ଙ୍କ ସହିତ ଯୋଗାଯୋଗ କରିବା ପରେ କମ୍ପାନୀ କତୃପକ୍ଷ ଙ୍କ ସହିତ ଆଲୋଚନା କରିଥିଲେ l ମୃତକ ଙ୍କ ପାରିବାର କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କମ୍ପାନୀର ମାନବ ସମ୍ୱଳ ଅଧିକାରୀ ଶ୍ରୀଯୁକ୍ତ ବି.କେ.ପରିଡ଼ା ପ୍ରକାଶ କରିଥିଲେ ମାତ୍ର ଅତିରିକ୍ତ ଜିଲ୍ଲାପାଳ ଛୁଟିରେ ଥିବାରୁ ଆସନ୍ତା ସୋମବାର ଅପରାହ୍ନ ୦୪ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବସି ଅନୁକମ୍ପା ମୂଳକ ସହାୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି ସ୍ଥିର କରାଯାଇଥିଲା l ଏହା ପରେ ଧାରଣା କୁ ପ୍ରତ୍ୟାହାର କରାଯାଇ ସୋମବାର ପର୍ଯ୍ୟନ୍ତ ଧାରଣ କୁ ସ୍ତଗିତ ରଖାଗଲା ବୋଲି ଶ୍ରୀଯୁକ୍ତ ବେହେରା ଙ୍କ ଠାରୁ ପ୍ରକାଶ l

