ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୁ ମାଛ ଧରିବା ପାଇଁ ଯିବେ ନାହିଁ ମତ୍ସ୍ୟଜୀବୀ।

ପାରାଦ୍ଵୀପ, 25/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ରହିବ। ଉଚ୍ଚ ଜୁଆର ସହିତ ପବନର ବେଗ ମଧ୍ୟ ୫୦ ଉର୍ଦ୍ଧ୍ୱ ହେବାର ସମ୍ଭାବନା ରହିଛି। ଏଥିପାଇଁ ୨୫ ତାରିଖ ଠାରୁ ୨୭ ତାରିଖ ମଧ୍ୟରେ ସମୁଦ୍ର କୁ ମାଛ ଧରିବା ପାଇଁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ । ବିଭାଗ ପକ୍ଷରୁ ଏନେଇ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନେହେରୁବଙ୍ଗଳା ମାଛଧରା ବନ୍ଦର, ଅଠରବାଙ୍କି ବାଲିପ୍ଲଟ ମାଛଧରା କେନ୍ଦ୍ର , ଚ‌ଉମୁହାଣୀ ମାଛଧରା କେନ୍ଦ୍ର, ନୂଆବଜାର ଓ ଷଣ୍ଢକୁଦ ମତ୍ସ୍ୟଜୀବୀ ବସ୍ତି ଅଞ୍ଚଳରେ ପ୍ରଚାର କରାଯାଇଛି। ଯେଉଁ ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ଅଛନ୍ତି, ସେମାନେ ତୁରନ୍ତ କୂଳକୁ ଫେରି ଆସିବା ପାଇଁ ବିଭାଗ ପରାମର୍ଶ ଦେଇଛି। ବର୍ତମାନ ସୁଦ୍ଧା ନେହେରୁବଙ୍ଗଳା ମାଛଧରା ବନ୍ଦର କୁ ୨୭ ବୋଟ୍ ସମୁଦ୍ରରୁ ଫେରି ଆସିଥିବା ବେଳେ ଆଉ ୧୧ ବୋଟ୍ ଖୁବଶୀଘ୍ର କୂଳରେ ପହଞ୍ଚିବ ବୋଲି ବୋଟ୍ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ୬୩ ଟି ଛୋଟ ଯନ୍ତ୍ର ଚାଳିତ ଡଙ୍ଗା ମଧ୍ୟ ଅଠରବାଙ୍କି ବାଲିପ୍ଲଟ କୁ ଫେରି ଆସିଛି।
5