ଏରସମା, 25/07/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :

ଛାତ୍ରଛାତ୍ରୀଙ୍କ ସ୍ବର ଦମନ ବିରୋଧରେ ଏରସମା ବ୍ଲକ କଂଗ୍ରେସ ତରଫରୁ ବିକ୍ଷୋଭ ସହ ପ୍ରଧାନ ମନ୍ତ୍ରୀ ଙ୍କ କୁଶ ପୁ୍ତଳିକା ଦାହ କରାଯାଇଅଛି। ଶନିବାର ସନ୍ଧ୍ୟରେ ଏରସମା ବ୍ଲକ୍ କଂଗ୍ରସ କମିଟି ର ସଭାପତି ଶ୍ରୀଯୁକ୍ତ ପିନାକୀ ନାରାୟଣ ଦାସଙ୍କ ନେତୃତ୍ୱ ରେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ବିରାଟ ରାଲି ଦ୍ଵାରା ଶତାଧିକ କର୍ମୀ ବାହାରି ଏରସମା ମୁଖ୍ୟ ବଜାର ଦେଇ ଏରସମା ଗାନ୍ଧୀ ଛକ ନିକଟେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କୁଶ ପୁ୍ତଳିକା ଦାହ କରିଥିଲେ।ଉକ୍ତ କାର୍ଯ୍ୟ କର୍ମରେ ସେବା ଦକ ବ୍ଲକ ସଂଯୋଜକ ରବୀନ୍ଦ୍ର କୁମାର ମୁଦୁଲି,ଜିଲ୍ଲା କଂଗ୍ରେସ ଉପ ସଭାପତି ବଲ୍ଲଭାନନ୍ଦ ସ୍ୱାଇଁ ,କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ବଳେଇପୁର ପଞ୍ଚାୟତ ସଭାପତି ବିଚିତ୍ରାନନ୍ଦ ବିଶ୍ଵାଳ, ସୁଦର୍ଶନ କାଣ୍ଡି, କୈଳାସ ଜୟ ସିଂହ, ଏସ କେ ଅବଦୁଲ୍ ହାମିଦ୍,ପଲ୍ଲୀକଣ୍ଟା ପଞ୍ଚାୟତ ସଭାପତି ବଳରାମ ଲେଙ୍କା,ଏରସମା ବ୍ଲକ କଂଗ୍ରେସ ଉପ ସଭାପତି ସୁଧାକର ଖଟୁଆ, କୃଷ୍ଣଚନ୍ଦ୍ରପୁର୍ ପଞ୍ଚାୟତ ସଭାପତି ସୁବୋଧ କୁମାର ଜେନା, ଜିତେନ୍ଦ୍ର ମହାନ୍ତି, ସତ୍ୟ ରଞ୍ଜନ ମହାପାତ୍ର,ସୁବାସ ଚନ୍ଦ୍ର ମହାନ୍ତି, ଦୀପ୍ତି ରଞ୍ଜନ ସାହୁ, ରଣଜିତ୍ ସେଠୀ,ମାନଗୋବିନ୍ଦ ଦାସ,ରଞ୍ଜନ କୁମାର ସ୍ବାଇଁ, ଅଖିଳ ବଲ୍ଲଭ ସ୍ୱାଇଁ,ମାଗୁ ଚରଣ ନାୟକ, ବିଭୂତି ଭୂଷଣ ଦାସ, ପ୍ରଶାନ୍ତ ରାଉତ,ଧୁନ ଚରଣ ଜେନା,ତୁଷାର ରଞ୍ଜନ ସ୍ବାଇଁ,ସଂଗ୍ରାମ କେଶରୀ ସ୍ୱାଇଁ,ଅଭିଷେକ ପଟ୍ଟନାୟକ ଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତି ଥିଲେ।
