ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କୁଜଙ୍ଗ , 26/07/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) ତା - 24/07/26 :
Article Image
କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ର ଏସଏଚଜି ଗ୍ରୁପ ରୁ ଜଣେ ସଦସ୍ୟ ଗ୍ରୁପ ଟଙ୍କା ଆତ୍ମସାତ କରି ବା ଅଭି ଯୋଗ ଆଣିଛନ୍ତି ଗ୍ରୁପ ର ମହିଳା । ଏ ନେଇ ବ୍ଲକ ଅଧିକାରୀ, ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟାଙ୍କ କୁ ଜଣାଇବା ସହିତ ବାରମ୍ବାର ଦୌଡ଼ି ନିରାଶ ହେବାପରେ ଦୁଇଦିନ ହେବ କୁଜଙ୍ଗ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି । ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଗ୍ରୁପ ରେ ରହିଥ‌ିବା ଜଣେ ପୁରୁଣା ସଦସ୍ୟା ଲକ୍ଷାଧିକ ଟଙ୍କା ନେଇଥିଲେ ମାତ୍ର କିସ୍ତି ଟଙ୍କା ସୁଝୁ ନାହାନ୍ତି । ବାରମ୍ବାର ତାଙ୍କ ନିକଟକୁ ଯାଇ ଅନୁରୋଧ କରିଥିଲେ ମଧ୍ୟ ମହିଳା ଜଣଙ୍କ ଓଲଟା କେସ ଧମକ ଦେଉଛନ୍ତି।
Article Image
ଯାହାକୁ ନେଇ ବାରମ୍ବାର ବ୍ଲକ କାର୍ଯ୍ୟାଳୟ, ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଉକ୍ତ ମହିଳା ଲୋନ ଟଙ୍କା ଶୁଝିବାରେ ବିଳମ୍ବ କରୁଥିବା କାରଣ ରୁ ବ୍ୟାଙ୍କ ରୁ ଋଣ ଆଣିବାରେ ବିଫଳ ହେଉଛନ୍ତି ଗ୍ରୁପ ର ମହିଳା ମାନେ । ଉକ୍ତ ସଦସ୍ୟ ଟଙ୍କା ନେଇ ଫେରାଉନଥିବା କାରଣ ରୁ ଆମ ଗ୍ରୁପ ରେ ରହି ଥିବା ମହିଳା ମାନଙ୍କ ଦୁଃସମୟ ରେ ସାହାଯ୍ୟ କରିବାରେ ଆମ ଗ୍ରୁପ ବିଫଳ ହେଉଛି । ତେଣୁ ସବୁଆଡୁ ନିରାଶ ହେବାପରେ ଏବେ ଆମେ ଏଠାରେ ବସିଛୁ , ଯେ ପର୍ଯ୍ୟନ୍ତ ଏହି ସମସ୍ୟା ର ସମାଧାନ ହୋଇନାହିଁ ସେ ପର୍ଯ୍ୟନ୍ତ ମିଶନ ଶକ୍ତି କାର୍ଯ୍ୟାଳୟ ରେ ଆମେ ଧାରଣା ରେ ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି ବାଲିଆ ପଞ୍ଚାୟତ ର ମହାବୀର ଏସଏଚଜି ଗ୍ରୁପ ର ମହିଳା ମାନେ ।
Article Image
9