ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ସମ୍ବର୍ଦ୍ଧନା ସଭା

ଏରସମା, 26/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ସି,ଆର୍,କେ ହାଇସ୍କୁଲ ଢିଅସାହିଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜଗସିଂହପୁର ଓଷ୍ଟାର ଯୁଗ୍ମ ସଂପାଦକ ଅନିଲ୍ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ଦାଶ ମୁଖ୍ୟ ବକ୍ତା ଭାବେ ଏରସମା ବ୍ଲକ ସହ ଶିକ୍ଷାଧିକାରୀ ଲିୟାକାତ ଅଲ୍ଲୀ ଖାଁ ସମ୍ମାନୀତ ଅତିଥି ଭାବେ ବଣିତୋ ହାଇସ୍କୁଲ ପ୍ରଧାନ ଶିକ୍ଷକ ସାରଦା ଦାସ ଓ ମନୋଜ କାନୁନଗୋ ଯୋଗଦେଇଥିଲେ। ବ୍ଲକର ବରିଷ୍ଠ ପ୍ରଧାନ ଶିକ୍ଷକ ରମେଶ କୁମାର ଲେଙ୍କାଙ୍କ ଚଳିତ ୩୧ ତାରିଖ ଦିନ ଚାକିରୀରୁ ଅବ୍ୟାହତି ନେବାକୁ ଥିବା ବେଳେ ତାଙ୍କୁ ଆଜି ବ୍ଲକ ଶିକ୍ଷକମାନେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାପସ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ମାର୍କଣ୍ଡ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକର ନୂତନ ଭାବେ ଯୋଗଦେଇଥିବା ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏରସମାର ବିଭିନ୍ନ ବିଦ୍ୟାଳୟରେ ଯୋଗ ଦେଇଥିବା ଏଲ୍ଟିଆର ସହକାରୀ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସ୍ୱାଗତ କରାଯାଇଥିଲା। ଏଥିରେ ଚିନ୍ମୟ ନାୟକ, ଦିଲୀପ ମଲ୍ଲିକ,ବିଜୟ ବେହେରା, ବେଣୁଧର ସେଠୀ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।
10