ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପକ୍ଷାଘାତ ରୋଗରେ ପୀଡିତା ରତିଙ୍କୁ ଆର୍ଥିକ ସହାୟତା

ଏରସମା, 18/02/2025, ଉତ୍କଳ voice news - utkalvoicenews.comଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ପକ୍ଷାଘାତ ରୋଗରେ ପୀଡିତା ରତି ବେହେରାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ |
Article Image
ସୂଚନା ଯୋଗ୍ୟ କି, ରତି ଯେ କି ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି, ଗତ କିଛି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଚଲାବୁଲା କରିବାକୁ ସମ୍ପୂର୍ଣ ଅସମର୍ଥ | ପୁଅ ମଧ୍ୟ ଭିନ୍ନକ୍ଷମ | ଘର କହିଲେ ଭଙ୍ଗା ଦଦରା ଚାଳ ଘର | ପୁଅ ଯାହା ମୁଲ ମଜୁରୀ କରିକି ଦୁଇ ପଇସା ଆଣନ୍ତି ତାହା ଦୁଇ ଓଳି ଦୁଇ ମୁଠା ଖାଇବାକୁ ନିଅଣ୍ଟ | ଅର୍ଥାଭାବରୁ ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ପରାମର୍ଶଦାତା ସରୋଜ କୁମାର ବେହେରା , ସଂଯୋଜକ କୁନେଶ ବାରିକ, ମାନସ କୁମାର ମଲ୍ଲିକ, ବରିଷ୍ଠ ସଦସ୍ୟ ନନ୍ଦନନ୍ଦନ ଜୟସିଂ, ବାବାଜୀ ରାଉତ, ତୁଷାରକାନ୍ତ ସ୍ୱାଇଁ ଓ ସମ୍ବିତ ଦାସ ପ୍ରମୁଖ ରତିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ଏବଂ ଏକ ମାସର ରାସନ ସାମଗ୍ରୀ ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ରତିଙ୍କୁ ଗୋଟେ ପକ୍କା ଘର ଯୋଗାଇଦେବାକୁ ଅନୁଷ୍ଠାନ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ରତି ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
1