କୁଜଙ୍ଗ/ମହ୍ଲାସାହି, 26/07/2026, ଉତ୍କଳ voice news - utkalvoicenews.com ( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

(୨୬/୭)- ଆଜି କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହ୍ଲାସାହି ର ପ୍ରସିଦ୍ଧ ହରି ଅନନ୍ତ କ୍ଷେତ୍ର ପରିସରରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ମଠ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ବହ୍ଲଭ ଚରଣ ପାଣି ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମଠର ବିସ୍ତୀର୍ଣ୍ଣ ପଡିଆରେ ଲାଭକାରୀ ବୃକ୍ଷରୋପଣ ଆଗାମୀ ଦିନରେ ଆର୍ଥିକ ପରିସ୍ଥିତିର ସୁଧାର ଆଣିବ ବୋଲି ଜ୍ୟୋତିର୍ବିଦ ଡ଼ଃ ଅରୁଣ ପାଣି ମତ ରଖିଥିବାବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଜୀବନାନନ୍ଦ ଅଧିକାରୀ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ , ଏହି ଅବସରରେ ସମ୍ପାଦିକା ଡ଼ ବସନ୍ତ ମଞ୍ଜରୀ ଦାସ ଅଞ୍ଚଳର ସାହିତ୍ୟ ପୃଷ୍ଠାପୋଷକ ରୂପେ ଅଧିକାରୀ ମହୋଦୟଙ୍କୁ ମାନପତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ l ଏହି ବୃକ୍ଷରୋପଣ ତଥା ସମ୍ବର୍ଦ୍ଧନା ଅବସରରେ ବିଶ୍ଵନାଥ ପାଣି, ବିଶ୍ବଜିତ ବେହେରା, ଭଞ୍ଜ କିଶୋର ସୁତାର ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ! Pଆଗାମୀ ସମାଜର ଉତ୍ତର ଦାୟାଦ ସାଜିବାକୁ ଯାଉଥିବା ଗ୍ରାମ ର ଛୋଟ ଶିଶୁ ମାନଙ୍କୁ ଡାକି ଗଛ ର ଉପକାରିତା ସମ୍ପର୍କ ରେ ବୁଝାଇବା ପରେ ସେଇମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ! ପରିଶେଷରେ ମଠର ଟ୍ରଷ୍ଟି ଶ୍ରୀଯୁକ୍ତ ପାଣି ମହୋଦୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l