କୁଜଙ୍ଗ/ତାଳଦଣ୍ଡା, 26/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

କୁଜଙ୍ଗ ଥାନା ଅନ୍ତର୍ଗତ ତାଳଦଣ୍ଡା ଜଗନ୍ନାଥ ମିଶନ ତରଫରୁ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ ରାଜ୍ୟ ଓ ଦେଶରର ଯେଉଁ ସରକାର ଅଛି ତାହା ଭାରତୀୟ ଦର୍ଶନ ସଂସ୍କୃତିର ସଂରକ୍ଷଣ ପାଇଁ କାମ କରୁଛି। ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ ବୋଲି କହିଥିଲେ। ଏହି ଅବସରରେ ବ୍ରହ୍ମ ଜଗନ୍ନାଥ ମିଶନ ତରଫରୁ ଶ୍ରୀଯୁକ୍ତ ସାମଲଙ୍କୁ ଇନ୍ଦ୍ରଦ୍ୟୁମ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଖ୍ୟବକ୍ତା ଭାବେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କୁଜଙ୍ଗଙ୍କୁ ଜଗନ୍ନାଥ ସଂସ୍କୃତିର ମାଟି ବୋଲି କହିଥିଲେ। ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର , ବିଜୁପଟ୍ଟନାୟକ ଫିଲ୍ମ ପ୍ରତିଷ୍ଠାନ ଅଧ୍ୟକ୍ଷ ହିମାଂଶୁ ଖଟୁଆ, ବିଶିଷ୍ଟ ଅତିଥି ଅଦ୍ଵୈତ ଗଡ଼ନାୟକ, ବରେନ୍ୟ ଅତିଥି ଅଭିନେତା ସବ୍ୟସାଚୀ ମିଶ୍ର ସମ୍ବିମାନୀତ ଅତିଥି ବିଜେପି ସଂପାଦକ ସରୋଜ କୁମାର କର, କଟକ ମହାନିଗମ ମୁଖ୍ୟ ଯନ୍ତ୍ରୀ ଇଂ ଅତୁଳ କୁମାର ସାମନ୍ତ ନାରିନେତ୍ରୀ ସିମନ୍ତିନୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ବ୍ରହ୍ମ ଜଗନ୍ନାଥ ମିଶନ ପ୍ରମୁଖ କ୍ୟାପଟେନ୍ ସଞ୍ଜୀବ କୁମାର ମୁଦୁଲି ସ୍ଵାଗତ ଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଶିକ୍ଷକ, କୃଷକ, ସୈନିକ ଓ ସେବକଙ୍କୁ ସମ୍ମାନିତ କରାଯାଇଥିଲା।