ଜଗତସିଂହପୁର, 26/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ) :
ଜଗତସିଂହପୁର ରାଜ୍ୟ ରେ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ | ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ବେରୋଜଗାରୀ, ଅବାଦ୍ଧନିଶା କରବାର, ସାର ର ଅଭାବୀବିକ୍ରି ଆଦି ବିଭିନ୍ନ ପ୍ରସଙ୍ଗ ଙ୍କୁ ନେଇ ରାଜ୍ୟରେ ନୂତନ ଭାବେ ଗଢିଉଠିଥିବା ଓଡିଶା ଜନତା କଂଗ୍ରେସ ଦଳ ପକ୍ଷରୁ ଗାନ୍ଧୀଛକ ସ୍ଥିତ କନକ ମଣ୍ଡପ ଠାରେ ସଦସ୍ୟତା ସଂଗ୍ରହ ଅଭିଯାନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ଏହି ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଜନତା କଂଗ୍ରେସ ଦଳ ଜଗତସିଂହପୁର ଜ଼ିଲ୍ଲା ସଭାପତି ସତ୍ୟଦୀପ ବିଶ୍ୱାଳ ଙ୍କ ଅଧକ୍ଷତା ରେ ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରସନ୍ନ ବିଶୋଇ, ରାଜ୍ୟ ଉପ ସଭାପତି ବଦ୍ରି ନାରାୟଣ ମହାନ୍ତି, ରାଜ୍ୟ ସମ୍ପାଦକ ତପନ କୁମାର ରାଉତରାୟ, ଜଗତସିଂହପୁର ବ୍ଲକ ସଂଯୋଜକ ସୁଧୀର ରାଉତ ପ୍ରମୁଖ ଯୋଗଦେଇ ଓଡିଶା ଜନତା କଂଗ୍ରେସ ପାଟି ପକ୍ଷରୁ ଅଗଷ୍ଟ ଦଶ ତାରିଖ ପର୍ଯ୍ୟନ୍ତ ଜଗତସିଂହପୁର ଜ଼ିଲ୍ଲା ରେ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ | ଆଗମୀ ଦିନରେ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା କୁ ନେଇ ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ଠାରେ ବିରାଟ ଜନ ସମାବେଶ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ମତବ୍ୟକ୍ତ କରିଛନ୍ତି |