ଜଗତସିଂହପୁର, 26/07/2026, ଉତ୍କଳ voice news - utkalvoicenews.com( ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - ୨୬/୦୭ {...} :

ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା, ମା' ସାରଳା ଜଗତସିଂହପୁର ଶାଖାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ବ୍ଳକ ସ୍ତରରୁ ବିଜୟୀ ହୋଇ ଆସିଥିବା ଯୁକ୍ତ ୨ ଏବଂ ଯୁକ୍ତ ୩ ଶ୍ରେଣୀର ପ୍ରତିଯୋଗିମାନଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଚାଳିତ ମହାବିଦ୍ୟାଳୟରେ ଅଭିଜ୍ଞ ବିଚାରପତିମାନଙ୍କୁ ନେଇ ପ୍ରବନ୍ଧ ଲିଖନ, ଜଣା ଅଜଣା (କୁଇଜ୍) ଏବଂ ବକ୍ତୃତା ପ୍ରଦାନ ଏଇ ୩ଗୋଟି ବିଭାଗରେ ସମ୍ପନ୍ନ ହୋଇଯାଇଛି । +୨ ପ୍ରବନ୍ଧରେ ପ୍ରଥମ ସୁଶ୍ରୀ ସଙ୍ଗୀତା ସାହୁ, ଆଦି କବି ସାରଳାଦାସ କଲେଜ, ବକ୍ତୃତାରେ ପ୍ରଥମ ସୁପ୍ରୀତି ମହାନ୍ତି ,ବୃନ୍ଦାବନ ଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଦ୍ୱିତୀୟ ପିୟଙ୍କା ତାରିଣିଆ ବାଲିକୁଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ତୃତୀୟ ଜାଗୃଡି ଦାସ, ଅଳକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଜଣା ଅଜଣାରେ ପ୍ରଥମ ସାହିଲ କୁମାର ନାଥ, ଆଦିକବି ସାରଳାଦାସ କଲେଜ, ୨ୟ ସୁଶ୍ରୀ ଅର୍ଚ୍ଚିତା ପ୍ରିୟଦର୍ଶନୀ ଦାସ, ବାଲିକୁଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା +୩ ପ୍ରବନ୍ଧ ଲିଖନରେ ପ୍ରଥମ ସୌରଭ ନାୟକ, ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ୨ୟ ସୁଶ୍ରୀ ବୈଶାଖୀ ପାଁଜା, ବୃନ୍ଦାବନ ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟ, ୩ୟ ସତ୍ୟଜିତ୍ ବାରିକ, ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ବକ୍ତୃତା ପ୍ରଦାନରେ ପ୍ରଥମ ରାଜକୁମାର ଶତପଥୀ , ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ, ୨ୟ ଆଶୁତୋଷ ପରିଡ଼ା, ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ, ଜଣା ଅଜଣାରେ ପ୍ରଥମ ବନମାଳୀ ପରିଡ଼ା, ଅଳକା ମହାବିଦ୍ୟାଳୟ, ୨ୟ ସ୍ୱାଭିମାନ ପାତ୍ର, ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ, ତୃତୀୟ ଦେବହୂତି ଆଚାର୍ଯ, ଆଦିକବି ସାରଳା ଦାସ ମହାବିଦ୍ୟାଳୟ ନିଜ କୃତିତ୍ବର ପ୍ରଦର୍ଶନ କରିଥିଲେ । କଲେଜ ପ୍ରେକ୍ଷାଳୟରେ ଏସବୁ ଛାତ୍ରଛାତ୍ରୀମାନଙ୍କୁ ତଥା ମଣ୍ଡଳ ସ୍ତରୀୟ କୃତି ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନଲାଭ କରିଥିବା ପ୍ରତିଯୋଗିମାନଙ୍କୁ ପରିଷଦର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଜାତା ଓତା, ସମ୍ମାନନୀୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ବଂଶୀଧର ଆଚାର୍ଯ୍ୟ, ପରିଷଦର ସଦସ୍ୟା ମନୋରମା ଦାଶ, ସମ୍ପାଦକ ଡ. ରବୀନ୍ଦ୍ର ନାଥ ମିଶ୍ର, ଉପସଭାପତି ଡ. ବିଜୟ କୁମାର ବିଶ୍ଵାଳ, ଶିକ୍ଷାବିତ୍ ବିଜୟ କୁମାର ପତି, ସଦସ୍ୟ ବିଜୟ କୁମାର ରଥ, କଲେଜ ଅଧ୍ୟକ୍ଷ ପ୍ରତାପ କୁମାର ଲେଙ୍କା, ସହ ସମ୍ପାଦକ ସବ୍ୟସାଚୀ ତ୍ରିପାଠୀ, ତେଜସ୍ୱିନୀ ପଣ୍ଡା, କୋଷାଧ୍ୟକ୍ଷ ସଂଯମ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ପ୍ରମାଣ ପତ୍ର, ଗୀତା ପୁସ୍ତକ ଏବଂ ନବକାକଳି ପତ୍ରିକା ପ୍ରଦାନ କରିଥିଲେ । କଲେଜର ଓଡିଆ ଭାଷା ଓ ସାହିତ୍ୟ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା କାର୍ଯ୍ୟକ୍ରମକୁ ସଞ୍ଚାଳନ କଲାବେଳେ ଶିକ୍ଷାବିତ୍ ରବୀନ୍ଦ୍ର ନାଥ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଆସନ୍ତା ଅଗଷ୍ଟ ୮ ଏବଂ ୯ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦାନ କରିବାକୁ ସମସ୍ତେ ସମ୍ମତ ହୋଇଥିଲେ ।

