ତିର୍ତ୍ତୋଲ/ମଣିଜଙ୍ଗା, 27/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1785137028.jpg)
ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ସ୍ଥିତ ସୁକନ୍ୟା ମଣ୍ଡପ ପରିସରରେ ରବିବାର ସନ୍ଧ୍ୟାରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ତରଫରୁ ଏକ ବୈଠକ ବ୍ଲକ କଂଗ୍ରେସ ସଭାପତି ସଫିଅ ଆଜମଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଂଗ୍ରେସ ସଙ୍ଗଠନ କିଭଳି ତୃଣମୂଳ ସ୍ତରରୁ ସୁଦୃଢ ହେବା ସହ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଜର ସମର୍ଥୀତ ପ୍ରାର୍ଥୀ ମାନଙ୍କୁ ବହୁ ସଂଖ୍ୟାରେ ଜିତାଇବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଅବସରରେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତର ପଞ୍ଚାୟତ ସଭାପତି ଓ ବ୍ଲକ୍ କମିଟି କାର୍ଯ୍ୟକର୍ତ୍ତା ମାନଙ୍କୁ ଜିଲ୍ଲା ସଭାପତି ଶ୍ରା ନାୟକ ସମ୍ବର୍ଦ୍ଧିତ କରିଥିଲେ। ଆସନ୍ତା ୩୦ ତାରିଖ ମଧ୍ୟରେ ସମସ୍ତ ଓ୍ବାର୍ଡ ସଭାପତି ଚୟନ ସହ କମିଟି ଗଠନ କରାଯିବା ନେଇ ନିଷ୍ପତ୍ତି ଘୋଷଣା କରାଯାଇଥିଲା। ସମସ୍ତ ପଞ୍ଚାୟତର ସାଙ୍ଗଠନିକ ଶକ୍ତି ବୃଦ୍ଧି ଲାଗି ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ନିଜର ମତାମତ ପ୍ରଦାନ କରିଥିଲେ। ଉପସଭାପତି ଜିତେନ୍ଦ୍ର କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ସହ ବୈଠକର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଉପସଭାପତି ରଞ୍ଜନ କୁମାର ମହାପାତ୍ର, ମହମ୍ମଦ ଅଥର ଅଲ୍ଲୀ , ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକ, ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ, ପୂର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ଧନଞ୍ଜୟ ସୂତାର, ମଳୟ ବାରିକ, ନୃସିଂହ ସେନାପତି, ବଂଶୀଧର ପାତ୍ର, ତୃପ୍ତି ରଞ୍ଜନ ମହାନ୍ତି, ମାନସ ରଞ୍ଜନ ନନ୍ଦ, ସୁଦର୍ଶନ ମଲ୍ଲିକ, ଅଜିଜ ଖାନ୍, ଜଳନ୍ଧର ପଣ୍ଡା, ପ୍ରଦିପ୍ତ ନାୟକ, ନିତ୍ୟାନନ୍ଦ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।