କୁଜଙ୍ଗ / ତାଳଦଣ୍ଡା, 27/07/2026, ଉତ୍କଳ voice news - utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ଆୟୋଜିତ ରଥଯାତ୍ରା ଉତ୍ସବ ଅବସରରେ ପ୍ରତିଷ୍ଠାତା କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କ ତତ୍ତ୍ୱlବଧାନରେ ତଥା ରୁନିବାଳା ମଲ୍ଲିକଙ୍କ ସମ୍ପାଦନାରେ ଏକ ମୁଖପତ୍ର "ସରିତା " ଏବଂ ସରିତା ଦେବୀଙ୍କ ଜୀବନାଦର୍ଶ ଉପରେ ଆଧାରିତ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ଦ୍ୱାରା ଲିଖିତ "ଭିନ୍ନ ଏକ ମମତାଜ " ମହିମାଧର ଅତିଥିମାନଙ୍କ କରକମଳରେ ଅନାବରଣ ହୋଇଥିଲା l ପ୍ରଭୁଙ୍କ ସୁନାବେଶ ତଥା ଉତ୍ସବର ଅନ୍ତିମ ଦିବସରେ ଉପସ୍ଥିତ ଉଦଘାଟକ ଶ୍ରୀମଦ ଭାଗବତ କଥା ପ୍ରଚାରକ ସ୍ୱାମୀ ମୁକୁନ୍ଦ କୃଷ୍ଣ, ମୁଖ୍ୟ ଅତିଥିଭାବେ ଏମ ପି ରାଜ୍ୟସଭା ତଥା ଅଧ୍ୟକ୍ଷ ଭାରତୀୟ ଜନତା ପାର୍ଟି ଶ୍ରୀଯୁକ୍ତ ମନମୋହନ ସାମଲ l ମୁଖ୍ୟ ବକ୍ତା ଶିଳ୍ପ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମାନ୍ୟବର ସମ୍ପଦ ଚନ୍ଦ୍ର ସ୍ୱାଇଁ, ବରେଣ୍ୟ ଅତିଥି ଶିଳ୍ପୀ ପଦ୍ମଶ୍ରୀ ଅଦ୍ୱୈତ ଗଡ଼ନାୟକ, ବିଶିଷ୍ଟ ଅତିଥି ଚିତ୍ର ତାରକା ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର, ସମ୍ମାନିତ ଅତିଥି ଇଂ ଅତନୁ କୁମାର ନାୟକ, ସମାଜସେବୀ ଶ୍ରୀମତୀ ସୀମନ୍ତିନୀ ଜେନା, ଫିଲ୍ମ ପ୍ରଯୋଜକ ଡ଼ଃ ହିମାଂଶୁ ଖଟୁଆ, ଶ୍ରୀଯୁକ୍ତ ପ୍ରତାପ ମିଶ୍ର ପ୍ରମୁଖ ଏହି ଉତ୍ସବକୁ ସଫଳ ରୂପାୟନ ଦେଇଥିଲେ l ମଞ୍ଚ ଉପସ୍ଥାପକ ଶ୍ରୀଯୁକ୍ତ ଅଭିନନ୍ଦନ ଦାସ ଖୁବ ମନୋଜ୍ଞ ବାଣୀ ନିରାଜନlରେ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l