ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ରାମ୍ୟ ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଶୁଭାରମ୍ଭ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପିତ

ବୁଗୁଡ଼ା, 28/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ଅଞ୍ଚଳ ରେ ଗ୍ରାମ୍ୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଲକ୍ଷ୍ୟରେ “ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଯୋଜନା” ଅନ୍ତର୍ଗତ ବିଭିନ୍ନ ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ। ଏହି ଯୋଜନାରେ ଆଦିପୁର ଠାରୁ ବିରଞ୍ଚିପୁର ଦୀର୍ଘ ୩ କିଲୋମିଟର ରାସ୍ତାର ଶିଳାନ୍ୟାସ ସହିତ ମାଣିତରା ପଞ୍ଚାୟତର ପୂର୍ତ୍ତ ବିଭାଗ ରାସ୍ତାଠାରୁ ମା ସେନାପତି ମନ୍ଦିର ଦୀର୍ଘ ୪ କିଲୋମିଟର ରାସ୍ତା ର ଶିଳାନ୍ୟାସ ଏବଂ ନୁଆଁ ଗାଁ ଠାରୁ ଗୋଳାବନ୍ଧ ଦୀର୍ଘ ୩ କିଲୋମିଟର ରାସ୍ତାର ଶିଳାନ୍ୟାସ ଅବସରରେ ସ୍ଥାନୀୟ ଜନପ୍ରତିନିଧି, ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏବଂ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ମନ୍ତ୍ରୀ କହିଥିଲେ ଯେ, ଉନ୍ନତ ରାସ୍ତା ଗ୍ରାମାଞ୍ଚଳର ବିକାଶର ମୂଳ ଆଧାର ଏହାଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସରକାରୀ ସେବାର ସୁବିଧା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରିବ।ଏବଂ ମା’ ସେନାପତିଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ ଭାବରେ ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ନୂଆ ଗତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।
Article Image
16