ତିର୍ତ୍ତୋଲ, 28/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ପିପଳମାଧବ ପଞ୍ଚାୟତ ଅରିଲୋ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଯେଉଁ ବୟସରେ ବୃଦ୍ଧ ବାପାମା ବସନ୍ତ କୁମାର ସ୍ୱାଇଁ ( ୭୫) ଓ ନୟନ ବାଳା ସ୍ବାଇଁ ( ୭୦) ପୁଅବୋହୂଙ୍କ ସେବା ଯତ୍ନ ଆଶା କରୁଥିଲେ l ତାହା ପରିବର୍ତ୍ତେ ସେମାନଙ୍କୁ ପୁଅବୋହୂଙ୍କ ନିର୍ଯାତନାର ଶିକାର ହେବାକୁ ପଡ଼ିଛି l ଶେଷରେ ନିର୍ଯ୍ୟାତନା ଅସହ୍ୟ ହେବାରୁ ବାଧ୍ୟ ହୋଇ ନିଜର ଭିଟାମାଟି ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି l ଏଥି ସହିତ ଉଭୟ ବୃଦ୍ଧ ବାପାମା ଏହି ଘଟଣା ନେଇ ଜଗତସିଂହପୁର ଏସଡିଏମ୍ ତଥା ବରିଷ୍ଠ ନାଗରିକଙ୍କ ମେଣ୍ଟେନାସ ଟ୍ରିବ୍ୟୁନାଲ ଅଦାଲତରେ ଏକ ମାମଲା ରୁଜୁ କରିଛନ୍ତି l ଅଭିଯୋଗ ମୁତାବକ ବସନ୍ତ ଓ ନୟନବାଳା ବଡ ପୁଅ ଶିବ ପ୍ରସାଦ ଓ ବଡ ବୋହୂ ଅଞ୍ଜଳୀଙ୍କ ସହିତ ଗାଁରେ ରହୁଥିବାବେଳେ ସାନ ପୁଅ ଦେବେନ୍ଦ୍ର କଟକରେ ଅବସ୍ଥାନ କରନ୍ତି l କିନ୍ତୁ ଗାଁରେ ରହୁଥିବା ବଡ ପୁଅ ଓ ବଡ ବୋହୂ କ୍ରମାଗତ ଭାବେ ବୃଦ୍ଧ ବାପାମା ଙ୍କୁ ଅବହେଳା ପ୍ରଦର୍ଶନ କରିବା ସହ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ l ଏ ସମ୍ପର୍କରେ ବାପା ବସନ୍ତ ତିର୍ତ୍ତୋଲ ଥାନାରେ ମଧ୍ୟ ଏକ ଅଭିଯୋଗ କରିଥିଲେ l ପରେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଦ୍ଵାରା ମୀମାଂସା କରାଯାଇ ଥିଲା l ଏହା ପରେ ମଧ୍ୟ ବୃଦ୍ଦ ବାପା ମାଆଙ୍କ ଉପରେ ମାନସିକ ଓ ଶାରୀରିକ ନିର୍ଯାତନା କମି ନଥିଲା l ଶେଷରେ ଉଭୟ ବାପାମା ଗାଁ ଛାଡି ଅନ୍ୟ ସ୍ଥାନରେ ଆଶ୍ରୟ ନେଇଛନ୍ତି l ଦୁଇ ପୁଅଙ୍କ ଠାରୁ ସେମାନଙ୍କ ଦୈନନ୍ଦିନ ଖର୍ଚ୍ଚ ନିମନ୍ତେ ଅଦାଲତର ଦ୍ୱାରସ୍ତ ହୋଇ ନ୍ୟାୟ ଭିକ୍ଷାl ସହିତ ନିଜ ଭିଟାମାଟିକୁ ଫେରି ଶାନ୍ତି ପୂର୍ଣ୍ଣ ଭାବେ ରହିବା ଲାଗି ପୁଲିସ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ନିବେଦନ କରିଛନ୍ତି l