ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, 28/07/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
Article Image
ନିଟ ୟୁଜି ବାତିଲ କୁ ନେଇ ଆତ୍ମହତ୍ୟା କରିଥିବା ଛାତ୍ର ଛାତ୍ରୀ ମାନଙ୍କ ଆତ୍ମା ର ସଦଗତି ପାଇଁ ଏବଂ ଦିଲ୍ଲୀ ର ଜନ୍ତର ମନ୍ତର ଠାରେ ପୋଲିସ ଆକ୍ରମଣ ରେ ଆହତ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ଉଦ୍ଦେଶ୍ଯରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଦେବ ପ୍ରସାଦ ନାୟକ ଙ୍କ ନେତୃ୍ତ୍ବରେ ଶାନ୍ତିପୂର୍ଣ୍ଣ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନିରୀହ ଛାତ୍ର ଛାତ୍ରୀ ମାନଙ୍କ ଉପରେ କରା ଯାଇଥିବା ଆକ୍ରମଣ ପାଇଁ କ୍ଷମା ଭିକ୍ଷା କରିବା, ଆକ୍ରମଣ ରେ ସମ୍ପୃକ୍ତ ଥିବା ସମସ୍ତ ଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଦାବିରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଥିବା ବାବା ସାହେବ ବି. ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମହମବତୀ ଜାଳି ଦାବି ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ପ୍ରଶାନ୍ତ ଦାସ , ସୁବ୍ରତ କୁମାର ରାୟ , ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଭିଜିତ ସାହୁ , ବୃନ୍ଦାବନ ପ୍ରଧାନ , ମନମୋହନ ଗୋଚ୍ଛାୟତ , ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରିତମ ପରିଜା , ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ବହୁ ନେତା ଓ କର୍ମୀ ମାନେ ଯୋଗଦେଇଥିଲେ ।
18