ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପି ଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସମନ୍ୱୟ ପରିଷଦ ସଭା ଆୟୋଜିତ

ରାହାମା, 28/07/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ସ୍ଥାନୀୟ ସାଇଲୋ ,ରାହାମାସ୍ଥିତ ପି ଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଜଗତସିଂହପୁରରେ ଅଭିଭାବକ ଶିକ୍ଷକ ସମନ୍ୱୟ ପରିଷଦ ସଭା ତା ୨୬. ୦୭. ୨୦୨୬ ରିଖରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ମା ସରସ୍ବତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ତଥା ପ୍ରଦୀପ ପ୍ରଜ୍ବଳନ କରି ଏହି ସଭାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l ତତପଶ୍ଚାତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାୟନ କରାଯାଇଥିଲା ଏବଂ ଅଧ୍ୟକ୍ଷ ତାଙ୍କର ସ୍ୱାଗତ ଭାଷଣ ରଖିଥିଲେ l ପରେ ପରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜୟନ୍ତ କୁମାର ପାଣି ଅଭିଭାବକ ଶିକ୍ଷକ ସମନ୍ୱୟ ପରିଷଦର ଉଦ୍ଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସାମୁହିକ ନୃତ୍ୟ, ଏକକ ନୃତ୍ୟ, ଲୋକ ନୃତ୍ୟ ଏବଂ ଓଡିଶୀ ନୃତ୍ୟ ପ୍ରଶିକ୍ଷିକା ସୁଶ୍ରୀ ଶାନ୍ତିପ୍ରିୟାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ଏହାପରେ ୨୦୨୬-୨୭ ଶିକ୍ଷା ବର୍ଷ ପାଇଁ ନୂତନ ଭାବେ ପ୍ରତି ବ୍ଲକରୁ ସଭ୍ୟ ଚୟନ କରାଯିବା ସହିତ ଗତ ବର୍ଷର ଅଭିଭାବକ ଶିକ୍ଷକ ସମନ୍ୱୟ ପରିଷଦର ସଭ୍ୟ ମାନଙ୍କୁ ଏବଂ ନୂତନ ଭାବେ ଚୟନୀତ ସଭ୍ୟ ମାନଂକୁ ପର୍ଯ୍ୟାୟ କ୍ରମେ ମଞ୍ଚ ଉପରକୁ ଆମନ୍ତ୍ରିତ କରାଯାଇ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ମଞ୍ଚ ଉପରେ ବିଦ୍ୟାଳୟର ଅଧ୍ୟକ୍ଷ , ଉପାଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷକ ମାନଙ୍କ ସହିତ ନୂତନ ଭାବେ ଗଠିତ ପରିଷଦର ସଭ୍ୟ ମାନଙ୍କର ସାମୂହିକ ସ୍ଥିର ଚିତ୍ର ଉତ୍ତୋଳନ କରାଯାଇଥିଲା l ବିଦ୍ୟାଳୟର ଜଣେ ଅଭିଭାବକ ଶ୍ରୀ ନରେନ୍ଦ୍ର କୁମାର ବେହେରା ନବୋଦୟ ସମ୍ବନ୍ଧିତ ତାଙ୍କର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ଯାହା ସମସ୍ତଙ୍କ ମନକୁ ଛୁଇଁ ଥିଲା l ତତପଶ୍ଚାତ ପୁରାତନ ପରିଷଦ ଏଵଂ ନୂତନ ପରିଷଦର ଜଣେ ଜଣେ ସଭ୍ୟ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ l ସର୍ବଶେଷରେ ଏ ଅଂଚଳର ସାମାଜିକ କର୍ମୀ ତଥା ବିଦ୍ୟାଳୟର ଅଭିଭାବକ ଏବଂ ବିଦ୍ୟାଳୟର ପ୍ରବନ୍ଧନ ସମିତିର ସଭ୍ୟ ଡକ୍ଟର ସୁନାକର ବେହେରା ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନ ଉଦ୍ୟେଶରେ ତାଙ୍କର ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ l ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମହରି ଶିଆଳଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ଶିକ୍ଷକ ଶ୍ରୀ ସିମାଞ୍ଚଳ ଗୌଡ଼, ଶ୍ରୀମତୀ କବିତା ଜେନା ଏବଂ ସୁଧୀରଞ୍ଜନ ମହାପାତ୍ର କରିଥିଲେ l ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଶିକ୍ଷକ ଦିଗନ୍ତ ପଟ୍ଟନାୟକ, ଆଦିତ୍ୟ ମହତ, ଉଗ୍ରସେନ ନାୟକ, ପ୍ରଶାନ୍ତ କୁମାର ନାୟକ, ଅଂଶୁମାନ ମହାନ୍ତି, ଦୀପକ ରଞ୍ଜନ ପଣ୍ଡା, ଶ୍ରୀମତୀ ଅଙ୍ଗୁରବାଳା ବଳ, ଅନାମିକା ଦାସ, ପଦ୍ମଜା ବେହେରା, ସତ୍ୟଭାମା ସ୍ୱାଇଁ, ମିନାକ୍ଷୀ ବାରିକ, ନିତ୍ୟାନନ୍ଦ ସୋରେନ ଏବଂ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ l
10