ତାଳଦଣ୍ଡା, 06/12/2024, ଉତ୍କଳ voice news - utkalvoicenews.com ପାରାଦ୍ଵୀପ ରୁ କଟକ ଯାଇଥିବା BPCL ରନ୍ଧନ ଗ୍ୟାସ ପାଇପର ଭାଲବ ଲିକ୍ ବନ୍ଦ କରିବାକୁ ଯାଇ ଏଭଳି ଅଘଟଣ ଘଟିଛି। ମରାମତି କରୁଥିବା ବେଳେ ସମ୍ପ ରେ ଫଶି ଶ୍ରମିକ ମୃତ ବରଣ କରିଛନ୍ତି । ମୃତ ଶ୍ରମିକ ଜଣକ ହେଲେ ପାରାଦ୍ଵୀପ ବିଜଚାନ୍ଦପୁର ର ପରିମଳ ଗାଏନ। ଅଗ୍ନିଶମ ବିଭାଗ ଓ କୁଜଙ୍ଗ ପୋଲିସ ପକ୍ଷରୁ ମୃତ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରାଯାଇଛି। ତେବେ ଏହି ଗ୍ୟାସ୍ ପାଇପ ଲାଇନ ରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦ୍ଵୀପ ରୁ ନେଇଥିଲେ ଠିକାଦାର। ସେଠାରେ ସମ୍ପ ର ସ୍ଲାପ ଉଠାଇବା ପରେ ଜଣେ ଶ୍ରମିକ ତଳକୁ ଯାଇଥିଲେ ଏବଂ ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ। ମାତ୍ର ତାଙ୍କୁ କୈାଣସି ସେଫ୍ଟି ସରଞ୍ଜାମ ଦେଇନଥିଲେ ଠିକାଦାର କି ଉକ୍ତ ଶ୍ରମିକ ମାନେ ତାଲିମ ପ୍ରାପ୍ତ ମଧ୍ୟ ନୁହଁନ୍ତି। ଶ୍ରମିକ ଜଣଙ୍କ ତଳକୁ ପଶିବା ମାତ୍ରେ ଉତ୍କଟ ଗ୍ୟାସ ପ୍ରଭାବରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଛି, ଶବ ବ୍ୟବଚ୍ଛେଦ ପରେ ଅନ୍ୟ ତଥ୍ୟ ଜଣା ପଡିବ ବୋଲି କୁଜଙ୍ଗ ଆଇଆଇସି ପ୍ରକାଶ କରିଛନ୍ତି।