ପାରାଦୀପ ଗଡ, 19/02/2025, ଉତ୍କଳ voice news - utkalvoicenews.com
ପାରାଦୀପ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚକ୍ରଧରପୁର ଗ୍ରାମ ରେ ଆର୍ସେଲର ମିତ୍ତଲ ଓ ନିପୋନ୍ ଷ୍ଟିଲ କମ୍ପାନୀ ସହାୟତାରେ ଏକ ଜନସେବା କଲ୍ୟାଣ ମଣ୍ଡପ ର ଭୂମି ପୂଜା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ଯୋଗଦେଇ ଭୂମିପୂଜା କରିଥିଲେ l ଏହି ଜନସେବା କଲ୍ୟାଣ ମଣ୍ଡପ ଗ୍ରାମ ର ବିଭିନ୍ନ ପର୍ବ, ପର୍ବାଣୀ, ଉତ୍ସବ, ସଭା, ସମିତି କର୍ଯ୍ୟରେ ବ୍ୟବହାର ହୋଇ ପାରିବ l
ଏଥିପାଇଁ କମ୍ପାନୀ ତରଫରୁ ୫୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇଛି ବୋଲି ଆର୍ସେଲର ମିତ୍ତଲ୍ ଓ ନିପ୍ପନ ଷ୍ଟିଲ କମ୍ପାନୀ ର ପାରାଦୀପ ସି.ଏସ.ଆର୍. ମୁଖ୍ୟ ଶ୍ରୀ ଦେବାଶିଷ ସ୍ବାଇଁ ପ୍ରକାଶ କରିଛନ୍ତି l ଏହି ଉତ୍ସବ ରେ ବରିଷ୍ଟ ଆଇନଜୀବୀ ସଞ୍ଜୟ କୁମାର ବେହେରା, ଆର୍ସେଲର, ମିତ୍ତଲ୍ ଓ ନିପ୍ପୋନ ଷ୍ଟିଲ କମ୍ପାନୀ ର ପ୍ରିୟଙ୍କା ପଟେଲ, ଅରୂପ କୁମାର ଗୌଡ଼, ଚକ୍ରଧରପୁର ଗ୍ରାମ କମିଟି ର ସଭାପତି ବାବୁଲି ସାମନ୍ତରାୟ, ଶ୍ରୀମତି ସୁମନ ସାମନ୍ତରାୟ, ମୀନତି ଦଳାଇ ପ୍ରମୁଖ ଯୋଗ ଦେଇଥିଲେ l