ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଚିନ୍ତା ପକ୍ଷରୁ ବୃକ୍ଷ ରୋପଣ

ତିର୍ତ୍ତୋଲ, 28/07/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଗରାମ,ବଇଁସାନିଲ ଗ୍ରାମର ସୁଚିନ୍ତା ଚାରିଟେବଲ ଟ୍ରଷ୍ଟ ଅଧ୍ୟକ୍ଷ ଶିବ ପ୍ରସାଦ ସାହୁ ଓ ସଭାପତି ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ତ୍ୱ୍ୱବଧାନରେ ନରୁଆ ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରେରଣା ସମ୍ପାଦକ ପଣ୍ଡିତ ନାଗୁଚରଣ ଦେବତାଙ୍କ ଅଧ୍ୟାକ୍ଷତାରେ ଏକ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବୃକ୍ଷ ହିଁ ବର୍ତ୍ତମାନ ସମାଜପାଇଁ ଏକମାତ୍ର ସୁରକ୍ଷା ପ୍ରଦାନର ଆସ୍ଥା ବୋଲି ମୁଖ୍ୟ ଅତିଥି ସମାଜସେବୀ ହେମନ୍ତ କୁମlର ନାୟକ, ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ଯଯାତିକେଶରୀ ସାମନ୍ତରାୟ, ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ସଭାପତି ପ୍ରେମ ଚରଣ ରାଉତ ମତ ଦେଇଥିଲେ l ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାନ୍ତି, ବିରଜା ପ୍ରସନ୍ନ ତ୍ରିପାଠୀ ଓ ସନାତନ ବାରିକ ପ୍ରମୁଖ ସହାୟତା କରିଥିବାବେଳେ ରବିନାରାୟଣ ମହାନ୍ତି ପ୍ରଦତ୍ତ ଗୁଆ, ଜାମୁ୍ଦୋଳ, ଅଁଳା, ପିଜୁଳି, ଆମ୍ବ ପ୍ରଭୃତି ବୃକ୍ଷ ଗୁଡିକର ସୁରକ୍ଷା ଦାୟିତ୍ୱ ବହନ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
19