ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠ୍ୟଚକ୍ର ଆଲୋଚନା

ବୁଗୁଡ଼ା, 28/07/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଏକ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଭଗବାନ ଶତପଥୀ ଏଥିରେ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଭାଗୀୟ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ପାଠ୍ୟଚକ୍ରର ଆଲୋଚ୍ୟ ଶୀର୍ଷକ ଉପସ୍ଥାପନ କରିଥିଲେ।ଏହି ଆଲୋଚନାର ମୁଖ୍ୟ ବିଷୟବସ୍ତୁ ଥିଲା "ଏକବିଂଶ ଶତାବ୍ଦୀରେ ରାଜନୀତି ବିଜ୍ଞାନ: ପ୍ରାସଙ୍ଗିକତା, ଆହ୍ୱାନ ଓ ଭବିଷ୍ୟତ ସମ୍ଭାବନା।ଏହି କାର୍ଯ୍ୟକ୍ରମରେ କେନ୍ଦୁପଦର ସ୍ଥିତ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। କଲେଜର ଉପାଧ୍ୟକ୍ଷ ହରେକୃଷ୍ଣ ନାୟକ ସାମ୍ପ୍ରତିକ ସମୟରେ ରାଜନୀତି ବିଜ୍ଞାନର ଗୁରୁତ୍ୱ ଓ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ବିଭାଗୀୟ ଅଧ୍ୟାପକ ଲୋକନାଥ ବେହେରା କୃତ୍ରିମ ବୁଦ୍ଧିମତା କିପରି ରାଜନୀତି ବିଜ୍ଞାନକୁ ପ୍ରଭାବିତ କରୁଛି ସେ ସମ୍ପର୍କରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।ବିଭାଗର ଛାତ୍ରଛାତ୍ରୀ ସୋମିତ ପରିଡ଼ା, ଶ୍ରଦ୍ଧାଞ୍ଜଳି ବେହେରା ଓ ଦିପ୍ତିମୟୀ ଡାକୁଆ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ। ସନ୍ଦର୍ଭ ପାଠ ପରେ ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଏକ ମୁକ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଦ୍ୱିତୀୟ ବର୍ଷର ଛାତ୍ରୀ ପୁଷ୍ପିତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
8