ଏରସମା, 28/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଆମ୍ବିକି ପଞ୍ଚାୟତ ପାଟଣା ଗାଁରେ ମହିଳାଙ୍କୁ ଆକ୍ରମଣ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ମହିଳା... ଭୟଭୀତ ସ୍ଥାନୀୟ ଲୋକେ... ବନ ବିଭାଗ ପାଦ ଚିହ୍ନ ଓ ଫଟୋ ଦେଖି ହେଟା ବାଘ ବୋଲି ଅନୁମାନ କରୁଥିବା ବେଳେ, ହେଟା ବାଘ କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସୂଚନା ଦେଇଛନ୍ତି କୁଜଙ୍ଗ ରେଞ୍ଜ ବନାଧିକାରୀ ସଞ୍ଜୟ ପ୍ରଧାନ। ହେଟାବାଘ ବୁଲୁଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ବାହାରକୁ ଗାଈ ଓ ଛେଳି ଚରାଇବା ପାଇଁ ଯାଉ ନାହାନ୍ତି । ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି। ଯଥାଶୀଘ୍ର ହେଟାବାଘକୁ ବନବିଭାଗ ଧରିବା ପାଇଁ ଆମ୍ବିକି ପଞ୍ଚାୟତର ଗ୍ରାମବାସୀମାନେ ନିବେଦନ କରିଛନ୍ତି।