ବୁଗୁଡ଼ା, 28/07/2026, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
ସ୍ଥାନୀୟ ପିପୁଲ୍ସ କଲେଜରେ ନୂତନ ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ସମ୍ମିଳନୀ କକ୍ଷ ଠାରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସ୍ୱାଗତ ସଭାରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଆନ୍ତରିକ ଶୁଭେଚ୍ଛା ଓ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।ନିଜର ଅଭିଭାଷଣରେ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ଭଗବାନ ଶତପଥୀ କହିଥିଲେ ଯେ, "କୌଣସି ବି ଅନୁଷ୍ଠାନର ପ୍ରଗତି ଓ ସଫଳତା ସାମୂହିକ ଉତ୍ତରଦାୟିତ୍ୱ, ପାରସ୍ପରିକ ସହଯୋଗ ଏବଂ ଦଳଗତ ମନୋଭାବମଉପରେ ନିର୍ଭର କରେ।" କଲେଜକୁ ଶିକ୍ଷା ଓ ଶୃଙ୍ଖଳା କ୍ଷେତ୍ରରେ ଆହୁରି ଉଚ୍ଚତାକୁ ନେବା ପାଇଁ ସେ କଲେଜ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ନିଷ୍ଠା, ସମର୍ପଣ ଓ ପାରସ୍ପରିକ ସମ୍ମାନର ସହ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଯିବା ସହ ଏକତା, ନିଷ୍ଠା ଓ ଶ୍ରେଷ୍ଠତା ମାଧ୍ୟମରେ କଲେଜକୁ ଏକ ଶକ୍ତିଶାଳୀ ଓ ଆଦର୍ଶ ଅନୁଷ୍ଠାନ ଭାବେ ଗଢ଼ିତୋଳିବା ପାଇଁ ସଂକଳ୍ପ ନିଆଯାଇଥିଲା।