ଏରସମା, 29/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ଆଶ୍ରମରେ ଆଜି ବୁଧବାର ଦିନ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଛି। ଉକ୍ତ ଗୁରୁ ଦିବସ ଉପଲକ୍ଷେ ନିକଟ ତଥା ଦୂର ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ସତ୍ୟପ୍ରେମୀ ,ତତ୍ତ୍ଵପ୍ରେମୀ,ଭଗବତ ପ୍ରେମୀ ମାନେ ଯୋଗଦେଇଥିଲେ।
ଗୁରୁକୂଳ ଆଶ୍ରମର ନିୟମ ଅନୁଯାୟୀ ପ୍ରଥମେ ଗୁରୁବନ୍ଦନା, ଦ୍ଵିତୀୟରେ ଜଗତ ଗୁରୁ ବନ୍ଦନା ସମବେତ ସ୍ବରରେ ଗାନ କରାଯାଇ ନାମ ସଂକୀର୍ତ୍ତନ କରାଯାଇଥିଲା।
ପରେ ଆଶ୍ରମର ଗୁରୁଦେବ ଦାସ ନୃସିଂହ ଚରଣ ପ୍ରଧାନ ମହାରାଜା ବ୍ୟାସଦେବଙ୍କ ବିଷୟରେ ଆଲୋଚନା କରିଥିଲେ।ସେ କହିଥିଲେ ପୂର୍ବରୁ ବ୍ୟାସଦେବଙ୍କ ନାମ ବ୍ୟାସଦେବ ନଥିଲା। ତାଙ୍କ ନାମ କୃଷ୍ଣ ଦୀପାୟନ ଥିଲା ବୋଲି କହିଥିଲେ। ସେ ଯେତେବେଳେ ଜ୍ଞାନ ପ୍ରାପ୍ତି ହୋଇ ଚାରି ବେଦର ସିମା ନିର୍ଦ୍ଧାରିତ କଲେ ଚାରି ବେଦ ରଚନା କରି ସମାଜରେ ପ୍ରକାଶ କରିଥିବାରୁ ଜ୍ଞାନୀଜନମାନେ ତାଙ୍କୁ ବ୍ୟାସଦେବ ନାମରେ ନାମିତ କରିଥିଲେ ବୋଲି ସେ କହିଥିଲେ।
ବ୍ୟାସଦେବ ରଚନା କରିଥିବା ଗୀତା, ଭାଗବତ,ବେଦ, ମହାଭାରତ ଆଦି ଶାସ୍ତ୍ର ବିଷୟରେ ଆଲୋଚନା କରିଥିଲେ। ଏହାକୁ ପରିଚାଳନା କରିଥିଲେ ଆଶ୍ରମର ଭୀକାରି ଚରଣ କାଣ୍ଡି, ସୂଦରସନ ସ୍ବାଇଁ, ବଲ୍ଲଭ କୁମାର ପ୍ରଧାନ, ଅକ୍ଷୟ କୁମାର ଦାସ, ପ୍ରଫୁଲ୍ଲ ପରିଡ଼ା, ଗୟାଧର ପରିଡ଼ା, ରଞ୍ଜିତା ସାହୁ,ସୈ।ଦାମୀନି ପ୍ରଧାନ,ଚିକୁ ପ୍ରଧାନ, ସନ୍ଦୀପ କୁମାର ପ୍ରଧାନ ,ପ୍ରଭାତ ସାହୁ, ଅଞ୍ଜନା ପ୍ରଧାନ , କେଳୁଚରଣ ବାରିକ, ଆକାଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।