ଗଞ୍ଜାମ / ହିଞ୍ଜିଳି କାଟୁ, 30/07/2026, ଉତ୍କଳ voice news - utkalvoicenews.comହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଇଲେକ୍ଟ୍ରୋନିକ୍ସ ବିଭାଗର ମୁଖ୍ୟ (HOD) ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ପି. କେ. ନନ୍ଦ ସାରଙ୍କ ଏକ ଭାବପୂର୍ଣ୍ଣ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୦୨୫ ଠାରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଏହି ମହାବିଦ୍ୟାଳୟର ପ୍ରମୁଖ ଅଧ୍ୟକ୍ଷ ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇ ଅବସର ଗ୍ରହଣ କରିଛନ୍ତି।

ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ଅଧକ୍ଷ ପ୍ରଫେସର୍ ଡ଼ ହରିହର ମୁନି, ପୂର୍ବତ୍ତନ କଲେଜ ଅଧ୍ୟକ୍ଷ ତଥା ଇଲେକ୍ଟ୍ରୋନିକ୍ସ ବିଭାଗ ର ମୁଖ୍ୟ ଡ଼ ପ୍ରଦୀପ କୁମାର ନନ୍ଦ, ଧର୍ମପତ୍ନୀ ପୂର୍ଣ୍ଣିମା ନନ୍ଦ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ, ଲ୍ୟାବ ଆଟେଡେନ୍ସ ଅନିଲ କୁମାର ସାହୁ, ସହାୟକ ସନ୍ତୋଷ ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ l ସଭାରେ ଡକ୍ଟର ନନ୍ଦ ଙ୍କ ଶିକ୍ଷାଦାନ ଜୀବନ ସହ ତାଙ୍କର ଉଚ୍ଚ ପ୍ରଶାସନିକ ଦକ୍ଷତା ଉପରେ ଆଲୋକପାତ କରାଯାଇଥିଲା। ବିଶେଷ କରି ଜଣେ ଦକ୍ଷ ପରୀକ୍ଷା ଇନଚାର୍ଜ ଭାବରେ ସେ ନିଜ କାର୍ଯ୍ୟକାଳ ମଧ୍ୟରେ କଲେଜର ସମସ୍ତ ପରୀକ୍ଷାକୁ ଅତି ସଫଳତା ଓ ସ୍ୱଚ୍ଛତାର ସହ ପରିଚାଳନା କରି ବେଶ୍ ସୁନାମ ଅର୍ଜନ କରିଥିବା ନେଇ ଅତିଥିମାନେ ପ୍ରଶଂସା କରିଥିଲେ। ଏହି ଅବସରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରିୟ ସାରଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଦାୟ ମୁହୂର୍ତ୍ତରେ ସାରଙ୍କ ଆଦର୍ଶକୁ ମନେ ପକାଇ ଅନେକ ଛାତ୍ରଛାତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ। ଶେଷରେ ଡକ୍ଟର ପି. କେ. ନନ୍ଦ ସାର୍ ସମସ୍ତ ସହକର୍ମୀ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ସହଯୋଗ ଓ ଭଲପାଇବା ପାଇଁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିପ୍ଳବ ସେଠି ପ୍ରମୁଖଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଅଂଗ୍ରହଣ କରିବା ସହ ଓମ୍ ସାହୁ, ଆଶୁତୋଷ ନାୟକ, ଧର୍ମେନ୍ଦ୍ର ଡାକୁଆ, ଶୁଭମ ଗୌଡ଼, ଶୁଭେନ୍ଦୁ ପଟ୍ଟନାୟକ ଓ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ .