ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅବସରପ୍ରାପ୍ତ ଟ୍ରିବୁନାଲ ଅଧ୍ୟକ୍ଷଙ୍କ ପିତୃ ବିୟୋଗ

ଏରସମା, 31/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ତିତିରା ପଞ୍ଚାୟତ କେଉଟପାଳ ଗ୍ରାମରେ ଜନ୍ମିତ ଓଲରା ହାଟର ବିଶିଷ୍ଟ ବ୍ୟବସାୟୀ ବ୍ରହ୍ମାନନ୍ଦ ମହାନ୍ତି (୧୦୦)ଙ୍କ ପରଲୋକ ହୋଇଯାଇଛି । ସେ ଅବସରପ୍ରାପ୍ତ ଟ୍ରିବୁନାଲ ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ମହାନ୍ତିଙ୍କ ପିତୃ ଅଟନ୍ତି । ସେ ଜଣେ ସରଳ, ପରୋପକାରୀ, ଧର୍ମପରାୟଣ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ତିତିରା, ଦରଡ଼ା, ବୋରିକିନା ସମେତ ଓଲରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାରବର୍ଗ, ଆତ୍ମୀୟସ୍ୱଜନ, ଜ୍ଞାତି କୁଟୁମ୍ବ ମାନେ ଉପସ୍ଥିତ ରହିଥିଲେ । ତାଙ୍କ ପାର୍ଥିବ ମରଶରୀରକୁ ଶୋଭାଯାତ୍ରାରେ ନେଇ ଗ୍ରାମ ପରିକ୍ରମା କରାଯାଇ କେଉଟପାଳ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ପୁତ୍ର ଉଲ୍ଲାସ ଚନ୍ଦ୍ର ମହାନ୍ତି ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ବାଲିକୁଦା ଏରସମା ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପରିଷଦ ସଭ୍ୟ ରୁନିଲତା ବେହେରା, ବରିଷ୍ଠ ଆଇନଜୀବୀ ଡ଼ ବୀର ନାରାୟଣ ପାତ୍ର, ଡ଼ ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।
8