ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୋରିକିନା ସତସଙ୍ଗ କେନ୍ଦ୍ରରେ ଶ୍ରୀ ଶ୍ରୀ ବଡ଼ମା’ଙ୍କ ୧୩୩ ଜନ୍ମ ଦିବସ ପାଳିତ

ଏରସମା, 31/07/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ସାଧନାର ଅନ୍ୟତମ ସାରଥି ଶ୍ରୀ ଶ୍ରୀ ବଡ଼ମା’ଙ୍କ ୧୩୩ ତମ ଜନ୍ମୋତ୍ସବ ଏକ ମନୋଜ୍ଞ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋରିକିନା ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀ ଶ୍ରୀ ଠାକୁରଙ୍କ କର୍ମୀ ଯାଜକ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମ ମୁହୂର୍ତ୍ତରୁ ବେଦ ମାଙ୍ଗଳିକ ଗାନ ଓ ବିନତି ପ୍ରାର୍ଥନା ପରେ ସକାଳ ୮ଟା ୫୦ମିନିଟ୍ ରେ ଶ୍ରୀ ଶ୍ରୀ ବଡ଼ମାଙ୍କର ଜନ୍ମ ଲଗ୍ନ ଘୋଷଣା କରାଯାଇଥିଲା । ସମଗ୍ର ଭାରତବର୍ଷ ଓ ବର୍ହିର ଭାରତରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଧ୍ୟାତ୍ମିକ ଦର୍ଶନ ଓ ସତସଙ୍ଗର ପ୍ରଚାର ଓ ପ୍ରସାର ଦିଗରେ ଶ୍ରୀ ଶ୍ରୀ ଠାକୁରଙ୍କ ଲୀଳା ସଙ୍ଗୀନ ଶ୍ରୀ ଶ୍ରୀ ବଡ଼ମା’ଙ୍କ ପ୍ରମୁଖ ଅବଦାନ ଓ ଦିଗଦର୍ଶନ ସତସଙ୍ଗର ପ୍ରଚାର ଓ ପ୍ରସାର ବିଶେଷ ଭାବରେ ହୋଇପାରିଥିଲା ବୋଲି ମତପ୍ରକାଶ ପାଇଛି । ସଦ୍ ଗୁରୁ ସତନାମ ଓ ସତସଙ୍ଗର ଆଶ୍ରୟ ଦ୍ୱାରା ନାରୀ ମାନଙ୍କ ମଧ୍ୟରେ ଶ୍ରୀ ଶ୍ରୀ ଠାକୁରଙ୍କ ଦର୍ଶନ ଓ ଗୁରୁଙ୍କ ପ୍ରତି ଅନୁରକ୍ତି ଦ୍ୱାରା ସାଧାରଣ ମଣିଷ ସ୍ୱର୍ଗୀୟ ଶାନ୍ତି ଓ ଦିବ୍ୟ ଭାବନା ପ୍ରାପ୍ତି ହୋଇଥାଏ ବୋଲି ଏହି ଆଧ୍ୟାତ୍ମିକ ସଭାରେ ବକ୍ତାମାନେ ମତପ୍ରକାଶ କରିଛନ୍ତି । ଆଜିର ସମାଜରେ ଶ୍ରୀ ଶ୍ରୀ ବଡ଼ମା’ଙ୍କ ଜୀବନଜର୍ଯ୍ୟ ଓ ଆଧ୍ୟାତ୍ମିକ ଦର୍ଶନ ଆମ ସମସ୍ତଙ୍କୁ ପ୍ରେରଣା ଦେଉ ବୋଲି ଉପସ୍ଥିତ ବକ୍ତା ମାନେ ମତପ୍ରକାଶ କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଡ. ବୀରନାରାୟଣ ପାତ୍ର, ଶିବ ପ୍ରସାଦ ବେହେରା, ସୁଜିତ କୁମାର ବେହେରା, ଗଗନ କୁମାର ରାଉତ, କେଦାର ପାତ୍ର, ପ୍ରଶାନ୍ତ କୁମାର ବାରିକ, ଗୌରାଙ୍ଗ ଚରଣ ଖଟୁଆ, ନାରାୟଣ ବେହେରା, ସ୍ଵର୍ଣ୍ଣଲତା ରାଉତ, ରବୀନ୍ଦ୍ର ସାହୁ, ଈଶ୍ୱର ପାତ୍ର, ସୁଶ୍ରୀ ନୟନା ସାହୁ ପ୍ରମୁଖ ଶ୍ରୀ ଶ୍ରୀ ଠାକୁରଙ୍କ ଅନୁଗାମୀ ମାନେ ଏହି ଜନ୍ମ ଜୟନ୍ତୀରେ ଉପସ୍ଥିତ ରହି ଗୁରୁଙ୍କର ଆଶୀର୍ବାଦ କାମନା କରିଥିଲେ । ଏହି ଜନ୍ମତ୍ସବରେ ଆଖପାଖ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ଗୁରୁ ମା’ ମାନେ ଯୋଗଦେଇଥିଲେ । ସତସଙ୍ଗ କେନ୍ଦ୍ର ପରିସରରେ ସମସ୍ତ ଶ୍ରୀ ଶ୍ରୀ ଠାକୁର ପ୍ରେମୀ ଅନୁଗାମୀ ମାନଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏରସମା, ବାଲିକୁଦା, ଗୋଡ଼ା, ତିତିରା, ବୋରିକିନା ପ୍ରଭୃତି ପଞ୍ଚାୟତର ଆଖପାଖର ଶ୍ରୀ ଶ୍ରୀ ଠାକୁରଙ୍କ ଅନୁଗାମୀ ଓ ଭକ୍ତ ମାନେ ଯୋଗଦେଇଥିଲେ ।
7