ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହଂସୁଆ ନଦୀରେ ଅଘଟଣ,୨ ଯୁବକ ନିଖୋଜ

ଏରସମା, 01/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଆମ୍ବିକ ଗ୍ରାମର କାହ୍ନା କାଣ୍ଡି ଓ ବୁଟୁ କାଣ୍ଡି ନାମକ ଦୁଇ ଜଣ ଯୁବକ ହଂଶୁଆ ନଦୀରେ ଗାଧୋଉଥିବା ବେଳେ ପ୍ରଖର ସୁଅରେ ଭାସିଯାଇ ନିଖୋଜ ହୋଇଛନ୍ତି। ଉଭୟଙ୍କ ବୟସ ପ୍ରାୟ ୧୮ ବର୍ଷ ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଶୋକର ପରିବେଶ ସୃଷ୍ଟି ହୋଇଛି। ନିଖୋଜ ଯୁବକମାନଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ପରିବାର ଲୋକ ଓ ଗ୍ରାମବାସୀ ଉଦ୍ବେଗର ସହ ଉଦ୍ଧାର କାର୍ଯ୍ୟକୁ ଅପେକ୍ଷା କରି ରହିଛନ୍ତି।ଉଦ୍ଧାର କାର୍ଯ୍ୟ ଜାରି ରହିଛି।
5