ଏରସମା, 01/08/2026, ଉତ୍କଳ voice news - utkalvoicenews.com ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) ୩୧/୦୭/୨୦୨୬ : ଏରସମା ବ୍ଲକ ଶିକ୍ଷା ଅଧିକାରୀ (BEO) କାର୍ଯ୍ୟାଳୟର ସଦ୍ଭାଗୃହରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO) ଶ୍ରୀ ଲିଆକତ ଅଲ୍ଲୀ ଖାଁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱମ୍ବର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ABEO ଶ୍ରୀ ଗୋପବନ୍ଧୁ ନାୟକ ଏବଂ ବ୍ଲକର ସମସ୍ତ CRCC ଉପସ୍ଥିତ ଥିଲେ। ବକ୍ତାମାନେ ଶ୍ରୀ ଖାଁଙ୍କ କର୍ତ୍ତବ୍ୟନିଷ୍ଠା, ସଚ୍ଚୋଟତା, ସରଳ ବ୍ୟକ୍ତିତ୍ୱ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନର ଭୂୟସୀ ପ୍ରଶଂସା କରିଥିଲେ।
ପ୍ରାଥମିକ ଶିକ୍ଷକ ସଂଘ, ଏରସମା ପକ୍ଷରୁ ମଧ୍ୟ ଶ୍ରୀ ଖାଁଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଘର ସମ୍ପାଦକ ବୈଷ୍ଣବ ବିଶ୍ୱାଳ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ବେହେରା, ଉପସଭାପତି ଜିତେନ୍ଦ୍ର ଖଟୁଆ, କୋଷାଧ୍ୟକ୍ଷ ସୁଧିର ମଲ୍ଲିକ, ଯୁଗ୍ମ ସମ୍ପାଦକ ଜ୍ୟୋତିରଞ୍ଜନ ସେଠୀ, ସଂଗଠନ ସମ୍ପାଦକ ନିରୁପମା ସ୍ୱାଇଁଙ୍କ ସମେତ ଖୁଲଣା ସେଠୀ, ସରୋଜିନୀ ଦତ୍ତ, ରଶ୍ମୀତା ସ୍ୱାଇଁ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ଶେଷରେ ଶ୍ରୀ ଲିଆକତ ଅଲ୍ଲୀ ଖାଁ ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ ନିଜ କର୍ମଜୀବନର ଅଭିଜ୍ଞତା ବାଣ୍ଟିଥିଲେ।