ଏରସମା, 01/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ଗୋଡ଼ା ଗ୍ରାମର ଧର୍ମପରାୟଣ ମହିଳା ତଥା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅନୁଗାମୀ ସ୍ୱର୍ଗତ ବାବାଜୀ ଚରଣ ପରିଡାଙ୍କ ସହଧର୍ମିଣୀ ଆଶାରାଣୀ ପରିଡାଙ୍କ ଚତୁର୍ଦଶାହ ଉପଲକ୍ଷେ ଏକ ଜିଲା ସ୍ତରୀୟ ସତସଙ୍ଗ, ଆଧ୍ୟାତ୍ମିକ ଆଲୋଚନା ଚକ୍ର ଓ ଶ୍ରଦ୍ଧାଞ୍ଜଳି ସଭା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଗତସିଂହପୁର ସତସଙ୍ଗ ବିହାରର ସ.ପ୍ର.ୠ ଡ଼. ଶରତ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ସତସଙ୍ଗ ବିହାରର ସ.ପ୍ର.ୠ ଡ଼. ଅଭୟ କୁମାର ପରିଡା, ପୁରୀ ସତସଙ୍ଗ ବିହାରର ସ.ପ୍ର.ୠ ସରୋଜ ଦାସ, ହରେକୃଷ୍ଣ ଦାସ, ନିରଞ୍ଜନ ପ୍ରଧାନ, ନିଖିଳେଶ୍ଵର ଗିରି, ନିରଞ୍ଜନ ଜେନା, ଇଂ ବିଜୟ କୁମାର ମାଦେଳି, ସରୋଜ କୁମାର ପରିଡା, ଆଇନଜୀବୀ ଡ଼. ବୀର ନାରାୟଣ ପାତ୍ର, ସରୋଜ କୁମାର ପରିଡା, ମନୋରଞ୍ଜନ ପରିଡା, ନିଲୁରତ୍ନ ପରିଡା, ବୁଲବୁଲ ପରିଡା ପ୍ରମୁଖ ଯୋଗଦେଇ ଆଜିର ସମାଜରେ ଶ୍ରୀ ଶ୍ରୀ ଠାକୁରଙ୍କର ସଦଗୁରୁ, ସତନାମ ଓ ସତସଙ୍ଗର ଜରୁରୀ ଆବଶ୍ୟକତା ଉପରେ ବକ୍ତା ମାନେ ଗୁରୁତ୍ୱାରୋପ କରିବା ସହିତ ଧର୍ମପରାୟଣ ଆଶାରାଣୀ ପରିଡାଙ୍କ ଅମ୍ଲାନ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଜିଲାସ୍ତରୀୟ ସତସଙ୍ଗ ଉତ୍ସବରେ କଟକ, ପୁରୀ, ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭୃତି ଅଞ୍ଚଳରୁ ଶତାଧିକ ଗୁରୁଭାଇ ମାନେ ଯୋଗଦେଇଥିଲେ । ପ୍ରାରମ୍ଭିକ ସୂଚନା ନିରଞ୍ଜନ ପ୍ରଧାନ ଦେଇଥିବା ବେଳେ, ଚେନ୍ନାଇ ସତସଙ୍ଗ ବିହାରର ସରୋଜ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।