ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁଜନତା ଦଳର ଯୁବଛାତ୍ରଙ୍କ ପ୍ରତିବାଦ ସଭା

ଭୁବନେଶ୍ୱର, 01/08/2026, ଉତ୍କଳ voice news - utkalvoicenews.comଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଯୋର ଧରିଛି ।
Article Image
ଓଡ଼ିଆ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପାଇଁ ବିଜେଡି ଯୁବ ଓ ଛାତ୍ରଙ୍କ ଲୋୟର ପିଏମଜି ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଇସ୍ତଫା ଦିଅ ନିତ୍ୟାନନ୍ଦ ଗଣ୍ଡ, ଛାତ୍ର ଛାତ୍ରୀ ମାନଙ୍କୁ ତୁରନ୍ତ ନିର୍ଭୁଲ ପାଠ୍ୟପୁସ୍ତକ ଦିଅ, ଭିକ୍ଷା ନୁହେଁ ଶିକ୍ଷା ଦରକାର, ଶିକ୍ଷା ବ୍ୟବସ୍ଥାରେ ଉତ୍ତର ଦାୟିତ୍ୱ ଆମର ଦାବି।ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ଚଳିବ ନାହିଁ । ଏଥି ସହିତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେବା ପର୍ଯ୍ୟନ୍ତ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜଗତସିଂହପୁର ଜିଲ୍ଲା ବିଜୁଜନତା ଦଳ ସଭାପତି ଆଦିତ୍ୟ ନନ୍ଦନ ଦାସ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ପାର୍ଥ ସାରଥୀ ରାଉତ, ଉପସଭାପତି ଲୋକନାଥ ରାଉତଙ୍କ ସମେତ ସମସ୍ତ ଜିଲ୍ଲାର ଯୁବ ସଭାପତି, ଛାତ୍ର ସଭାପତିଙ୍କ ସମେତ ସମସ୍ତ ଯୁବ ଛାତ୍ର ସଂଘର୍ଷ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
15