ଏରସମା, 02/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ନିକଟସ୍ଥ ହଂସୁଆ ନଦୀରେ ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଥିବା ଦୁଇ ଯୁବକଙ୍କ ମୃତଦେହ ଶେଷରେ ଉଦ୍ଧାର କରାଯାଇଛି। ଘଟଣା ପରେ ଏରସମା ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍, ଏରସମା ପୋଲିସ୍, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ଦୁଇ ଦିନ ଧରି ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରହିଥିଲା। ଦୀର୍ଘ ଖୋଜାଖୋଜି ପରେ ଉଭୟ ଯୁବକଙ୍କ ମୃତଦେହ ଠାବ କରାଯାଇଥିଲା। ଉଦ୍ଧାର ପରେ ଉଭୟଙ୍କ ମୃତଦେହକୁ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯିବ। ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ମୃତକଙ୍କ ପରିବାର ପ୍ରତି ସମସ୍ତଙ୍କ ସମବେଦନା ରହିଛି। ଭଗବାନ ଦିବଙ୍ଗତ ଆତ୍ମାଙ୍କୁ ସଦ୍ଗତି ପ୍ରଦାନ କରନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବାର ଶକ୍ତି ଦିଅନ୍ତୁ।