ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରସନ୍ନ କୁମାର ନାୟକଙ୍କ "ଆମ ଜାତୀୟ" ପୁସ୍ତକ ଉନ୍ମୋଚିତ ।

ଗଂଜାମ, 02/08/2026, ଉତ୍କଳ voice news - utkalvoicenews.com
Article Image
ବେଗୁନିଆପଡ଼ା,ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଓ ଉତ୍କଳିକା ସାହିତ୍ୟ ପ୍ରତିଷ୍ଠାନ ବାଲିପଦରର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଉତ୍କଳ ଆଶ୍ରମ ସ୍ଥିତ ଭାଷା ଭବନ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଅଷ୍ଟମ ପୁସ୍ତକ "ଆମ ଜାତୀୟ" ଉନ୍ମୋଚିତ ହୋଇଯାଇଛି l ଉକ୍ତ ଉତ୍ସବରେ ଉଦଘାଟିକା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ପ୍ରଭାତୀ ମହାପାତ୍ର, ମୁଖ୍ୟ ଅତିଥି ଡା ତିରୁପତି ସାହୁ,ମୁଖ୍ୟ ଵକ୍ତା ଇଂ. ଯାମିନୀ କାନ୍ତ ଦାସ, ସମ୍ମାନିତ ଅତିଥି ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଉକ୍ତ ପୁସ୍ତକ ଉନ୍ମୋଚନ କରି ଖୁସିବ୍ୟକ୍ତ କରିଥିଲେ । ଏଥିରେ ଶତାଧିକ କବି କବୟିତ୍ରୀ ମାନେ ଉପସ୍ଥିତ ଥିଲେ ।
Article Image
7