ରାୟଗଡ଼ା, 02/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସ୍ଥିତ
ସରସ୍ବତୀ ଶିଶୁଵିଦ୍ୟା ମନ୍ଦିର ଅମ୍ବାଦଳା ଠାରେ ବିଦ୍ୟାଳୟ ସ୍ଥରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଯୁକ୍ତ ସିମାଞ୍ଚଳ ତ୍ରିପାଠୀ, ଅତିଥିଭାବରେ ଶ୍ରୀ ବିଜୟକୁମାର ମିଶ୍ର, ଶ୍ରୀ ମୋହନ କୁମାର ସାହୁ ଯୋଗଦାନ ଦେଇଥିଲେ
ଉକ୍ତ କାର୍ଯ୍ୟକ୍ରମ ଟି ପୂର୍ବାହ୍ନ ସମୟରେ ପରଂବ୍ରହ୍ମ ଓମ, ବିଦ୍ୟା ଦାୟୀନି ମା ସାରଦା ଏବଂ ମା ଭାରତୀଙ୍କ ନିକଟରେ ଅତିଥି ମାନଙ୍କ ଦ୍ୱାରା ଦୀପପ୍ରଜ୍ବଳନ କରି ଆରମ୍ଭ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରଶ୍ନମଞ୍ଚ,ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ,ବିଜ୍ଞାନ ପ୍ରକଳ୍ପ ଗଣିତ ପ୍ରକଳ୍ପ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ! ଦୈନିକ ଜୀବନରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ ବିଜ୍ଞାନ ପ୍ରୟଗ ର ଆବଶ୍ୟକତା କୁ ଜାଣିବା ଏହି କାର୍ଯ୍ୟକ୍ରମ ର ଉଦେଶ୍ୟ ବୋଲି ପ୍ରଧାନ ଗୁରୁଜୀ ଶ୍ରୀ ଯୁକ୍ତ ସୁବାସ ଲେଙ୍କା ମତ ପ୍ରକାଶ କରିଛନ୍ତି | ଅପରାହ୍ନ ସମୟରେ ଛତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କାର ବଣ୍ଟନ କରାଯାଇ କାର୍ଯ୍ୟକ୍ରମ କୁ ସମାପନ କରା ଯାଇଥିଲା