ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

କୁଜଙ୍ଗ / ତାଳଦଣ୍ଡା, 02/08/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବ୍ରହ୍ମ ଜଗନ୍ନାଥ ମିଶନ ପକ୍ଷରୁ ତାଳଦଣ୍ଡା, ସlହlରଡ଼ିଆ ଠାରେ ପାଣି ଘେରରେ ରହିଥିବା ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯିବାସହ, ବିଭିନ୍ନ ଆବଶ୍ୟକୀୟ ପଦାର୍ଥମାନ ଦୁଇଦିନ ଧରି ପ୍ରଦାନ କରାଯାଉଥିବାବେଳେ, ଡିହ ଉପରେ ଗ୍ରାମଠାରୁ ଦୂରରେ ରହିଥିବା ଦୃଷ୍ଟି ଆଢୁଆଳର ପାଞ୍ଚ ଗୋଟି ପରିବାରକୁ ଆତ୍ମୀୟତାର ସହ ସହାୟତା ପ୍ରଦାନ କରାଯିବାସହ ଅନ୍ୟମାନଙ୍କ ନିକଟରେ ଏହି ଦୁଃସ୍ଥିତି ସମ୍ପନ୍ନ ପରିବାରଙ୍କୁ ଚିହ୍ନଟ କରାଯିବାର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳିଥିଲା l ବାସ୍ତବରେ ଐଶ୍ୱରୀୟ ଭାବ ସମ୍ପନ୍ନ ବ୍ରହ୍ମ ଜଗନ୍ନାଥ ମିଶନ ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲି ଅସହାୟ ପରିବାରଙ୍କୁ ଯୋଗାଇଦେଇଥିବା ସହାୟତା ଈଶ୍ୱରଙ୍କ ସଦିଛାର ପରିଚୟ ପ୍ରଦାନ କରେ l
15