ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ କଲେଜ ଏନ୍‌ସିସି ଆଲୁମ୍ନି ଆସୋସିଏସନ୍ ପକ୍ଷରୁ ୧୦୫ତମ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ପାରାଦୀପ, 02/08/2026, ଉତ୍କଳ voice news - utkalvoicenews.comଅଗଷ୍ଟ ୨:
Article Image
"ସ୍ୱଚ୍ଛତା ହିଁ ସେବା" ସ୍ଲୋଗାନକୁ ଆଧାର କରି ପାରାଦୀପ କଲେଜ ଏନ୍‌ସିସି ଆଲୁମ୍ନି ଆସୋସିଏସନ୍ ପକ୍ଷରୁ ୧୦୫ତମ ସ୍ୱଚ୍ଛତା ଅଭିଯାନ ପାରାଦୀପ କଲେଜ ସମ୍ମୁଖସ୍ଥ ପଦ୍ମ ପୋଖରୀ ପରିସରରେ ରବିବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳଙ୍କ ମାର୍ଗଦର୍ଶନ ଓ ସହଯୋଗରେ ଏନ୍‌ସିସି କ୍ୟାଡେଟ୍ ଏବଂ ପାରାଦୀପ କଲେଜ ଏନ୍‌ସିସି ଆଲୁମ୍ନି ଆସୋସିଏସନ୍‌ର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପୋଖରୀ ଓ ଏହାର ଚତୁଃପାର୍ଶ୍ୱକୁ ସଫା କରିଥିଲେ। ଏହି ଅବସରରେ ଆସୋସିଏସନ୍‌ର ସଭାପତି ଶ୍ରୀ ଅମ୍ବିକା ପ୍ରସାଦ ମହାପାତ୍ର କହିଥିଲେ, "ସାମାଜିକ ଦାୟିତ୍ୱ କେବଳ କୌଣସି ଏକ ସଂଗଠନର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କର। ଆମେ ଏହି ସୁନ୍ଦର ପଦ୍ମ ପୋଖରୀର ସୃଷ୍ଟି କରିଛୁ, ତେଣୁ ଏହାକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଆମର କର୍ତ୍ତବ୍ୟ। ପାରାଦୀପବାସୀଙ୍କୁ ମୋର ଅନୁରୋଧ, ସର୍ବସାଧାରଣ ସ୍ଥାନରେ ଅଳିଆ ଆବର୍ଜନା ନ ପକାଇ ନିର୍ଦ୍ଧାରିତ ଡଷ୍ଟବିନ୍‌ର ବ୍ୟବହାର କରନ୍ତୁ। ସମସ୍ତଙ୍କ ସହଯୋଗରେ ଆମେ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ପାରାଦୀପ ଗଢ଼ିପାରିବା।" ଶେଷରେ ସମସ୍ତ ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛ ପରିବେଶ ଗଠନ ପାଇଁ ନିରନ୍ତର କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ। ପାରାଦୀପ କଲେଜ ଏନ୍‌ସିସି ଆଲୁମ୍ନି ଆସୋସିଏସନ୍ ଆଗାମୀ ଦିନରେ ମଧ୍ୟ ଏଭଳି ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବ ବୋଲି ପ୍ରକାଶ କରିଛିl
6