ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାଲା ଜଗତକୁ ଅପୂରଣୀୟ କ୍ଷତି:ପାଲା ଗାୟକ ଜଗନ୍ନାଥ ବେହେରାଙ୍କ ପରଲୋକ

ଏରସମା, 03/08/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ପାଲା ଜଗତର ଭୀଷ୍ମ ପିତାମହ, ତିନି ତିନି ଥର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ତଥା ଓଡ଼ିଶାର ବିଶିଷ୍ଟ ପାଲା ଗାୟକ ଶ୍ରୀଯୁକ୍ତ ଜଗନ୍ନାଥ ବେହେରାଙ୍କର ଗତକାଲି ରାତି ୧୧ଟା ୫୮ ମିନିଟରେ କଟିଯଙ୍ଗା ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୧୦୧ ବର୍ଷ ଥିଲା। ତାଙ୍କ ବିୟୋଗରେ ପାଲା ଜଗତ ସହ ସମଗ୍ର ଓଡ଼ିଶାର ସାଂସ୍କୃତିକ ମହଲରେ ଶୋକର ଛାୟା ଖେଳିଯାଇଛି। ନିଜର ସୁମଧୁର କଣ୍ଠ, ଆଧ୍ୟାତ୍ମିକ ଜ୍ଞାନ ଓ ଦୀର୍ଘ ବର୍ଷର ସାଧନା ବଳରେ ସେ ପାଲା କଳାକୁ ନୂଆ ଉଚ୍ଚତାକୁ ନେଇଥିଲେ। ତାଙ୍କ ଅବଦାନ ପାଇଁ ସେ ତିନି ଥର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କ ବିୟୋଗ ଓଡ଼ିଶାର ଲୋକକଳା ଓ ପାଲା ପରମ୍ପରା ପାଇଁ ଏକ ଅପୂରଣୀୟ କ୍ଷତି। ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି, କଳାକାର ଓ ଶୁଭେଚ୍ଛୁମାନେ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
22