ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡି ବାପା ର ମୃତ୍ୟୁ ।

କୁଜଙ୍ଗ / ଭୂତୁମୁଣ୍ଡାଇ, 03/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବୋଲବମ୍ ପାଇଁ ପାଣି ଉଠାଇବା ବେଳେ ଅଘଟଣ। ପାଣି ଉଠାଉଥିବା ବେଳେ ବୁଡିଗଲା ପୁଅ। ଉଦ୍ଧାର କରିବାକୁ ଯାଇ ମହାନଦୀରେ ବୁଡି ବାପା ର ମୃତ୍ୟୁ । ମୃତ ବ୍ୟକ୍ତି ହେଲେ ପାରାଦ୍ୱୀପ ଲକ ଥାନା ଅନ୍ତର୍ଗତ ନିମିଢିହି ଗ୍ରାମର ଇଶ୍ଵର ବାରିକ। ଗୁରୁତର ପୁଅକୁ କୁଜଙ୍ଗ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଏବେ ସିଏ ସୁସ୍ଥ ଅଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୂତୁମୁଣ୍ଡାଇ ପୋଲ ନିକଟ ମହାନଦୀ ରେ। ଆଜି ନିମିଢିହି ଗ୍ରାମର ଇଶ୍ଵର ବାରିକ ତାଙ୍କ ପୁଅକୁ ଧରି ବୋଲବମ୍ ପାଣି ଉଠାଇବାକୁ ଆସିଥିଲେ। ପୁଅ ଛୋଟ ଥିବାରୁ ସାଙ୍ଗରେ ଧରି ଆସିଥିଲେ ଇଶ୍ଵର। ପାଣି ଆଣି ପୂଜା କରିବା ସମୟରେ ପାଣି ଢାଳ ଭାସି ଯିବାରୁ ପୁଅ ଢାଳ ଆଣିବାପାଇଁ ଯାଇ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାପାଇଁ ଇଶ୍ଵର ନଦୀକୁ ଡେ଼ଇଁ ପଡି ପୁଅକୁ ଉଦ୍ଧାର କରିଥିଲେ ମଧ୍ୟ ନିଜେ ଭାସି ଯାଇଥିଲେ। ଘଟଣାସ୍ଥଳରେ ପାରାଦ୍ୱୀପ ଲକ ଥାନା ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରିବା ରେ ଇଶ୍ଵର ଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୁଜଙ୍ଗ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଥିଲେ। ତେବେ ପ୍ରଶାସନ ପକ୍ଷରୁ ପାଣି ଉଠାଇବା ପାଇଁ କରାଯାଇଥିବା ଘାଟ ବଦଳରେ ସେମାନେ ଅନ୍ୟ ସ୍ଥାନରୁ ପାଣି ଉଠାଉଥିବା ତହସିଲଦାର କହିଛନ୍ତି।
Article Image
Article Image
16