କୁଜଙ୍ଗ , 04/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - 02/08/2026 ରିଖ :
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଜ଼ିଲ୍ଲାନାସି ପଞ୍ଚାୟତର ସାହାରା ଡିଆ ଗ୍ରାମରେ କୁଜଙ୍ଗ ଇଣ୍ଡିଆନ ବ୍ୟାଙ୍କ ତରଫରୁ ରିଲିଫ ବଣ୍ଟନ ଦିଆଯାଇଛି, ଜଗତସିଂହପୁର ଜ଼ିଲ୍ଲା ରେ ବହୁତ ଗ୍ରାମ ଏବେ ବନ୍ୟା ଘେରରେ ଅଛି,ମହାନଦୀ ରେ ବନ୍ୟା ଆସି ସବୁ ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ, ହୋଇ ରହିଛି, ଗ୍ରାମବାସି ନାହିଁ ନଥିବା ହଇରାଣ ହରକତ ହଉଛନ୍ତି, ମେଡିକାଲକୁ ଯିବାକୁ ହେଲେ ଡ଼ଙ୍ଗାରେ ଯିବାକୁ ପଡୁଛି, ଗାଈ ଗୋରୁ, ଛେଳି, ମାନେ ଖାଦ୍ୟର ଆବଶକ୍ୟ ଥିବାରୁ ନାନାଦି ପକାର ଅସୁବିଧା ହଉଛିରେ ସମ୍ମୁଖୀନ ହେଉଛନ୍ତି, ଠିକ ଏହି ସମୟରେ କୁଜଙ୍ଗ ଇଣ୍ଡିଆନ ବ୍ୟାଙ୍କ ତରଫରୁ ବ୍ୟାଙ୍କ ଶାଖା ପରିଚାଳକ ଜ୍ଞାନ ରଞ୍ଜନ ସେଠି, ଙ୍କ ସହିତ ବ୍ୟାଙ୍କ ର ଷ୍ଟାଫ,ନିବାରଣ ବେହେରା,ଧୀରେନ୍ଦ୍ର ମଲ୍ଲିକ,କାଁହୁ ଚରଣ ସେଠି,ପୂଜାରାଣୀ ଦାସ,ସୋମ୍ୟ ରଞ୍ଜନ ଦାସ, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ, ଏହି କାଯ୍ୟକ୍ରମରେ ଲୋକଙ୍କ ପାଇଁ ଦେବ ଦୂତ ସାଜି ଥିଲେ ଇଣ୍ଡିଆନ ବ୍ୟାଙ୍କ ର ମ୍ୟାନେଜେର ଜ୍ଞାନ ରଞ୍ଜନ ସେଠି