ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଝିମାଣୀରେ ସଭାପତି ହେଲେ ପବିତ୍ର।

କୁଜଙ୍ଗ / ବଗଦିଆ, 04/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଅବିଭାବକ କମିଟି ଗଠନ କରାଯାଇଛି।ଏହି ବିଦ୍ୟାଳୟରେ ବିଭିନ୍ନ ବର୍ଗର ସଦସ୍ୟ-ସଦସ୍ୟା ମାନେ ଉକ୍ତ କମିଟିରେ ରହିଛନ୍ତି।ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସିଆରସିସି ସୁରେନ୍ଦ୍ର କୁମାର ବେହେରା,ଶିକ୍ଷକ ଜୟଦେବ ଓଝା,ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ଓ କରିସ୍ମା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ନୂତନ କମିଟି ଚୟନ ପ୍ରକ୍ରିୟାରେ ବିଦ୍ୟାଳୟର ନୂତନ ସଭାପତି ଭାବରେ ପବିତ୍ର ସେଠୀ ଓ ଉପସଭାପତି ଭାବରେ ମାନୀ ବରାଳଙ୍କୁ ମନୋନୀତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ପାଠ ପଢୁଥିବା ସମସ୍ତ ଛାତ୍ର-ଛାତ୍ରୀଙ୍କ ଅବିଭାବକ ମାନେ ଉପସ୍ଥିତ ଥିଲେ।
5