କୁଜଙ୍ଗ / ତାଳଦଣ୍ଡା, 04/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - ୩/୮ : ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଠାକୁରବାଟି ପକ୍ଷରୁ ବନ୍ଯା ବିପନ୍ନ ପରିବାରକୁ ୨ ଦିନ ପାଇଁ ରିଲିଫ ସହାୟତା ପ୍ରଦାନ କରାଯାଇଛି। ମିଶନର ପ୍ରତିଷ୍ଠାତା କ୍ଯାପଟେନ୍ ସଂଜୀବ କୁମାର ମୁଦୁଲି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ନାସୀ ପଞ୍ଚାୟତର ସାହାରାଡିଆ, ବରିହାଡିଆ, ଜୟଶଂଖ ପୁର ଗ୍ରାମ ରେ ବନ୍ଯା ବିପନ୍ନ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇ ଥିଲା।ଏହି କାର୍ଯ୍ୟ କ୍ରମରେ ମନୋରଞ୍ଜନ ପ୍ରଧାନ, ଇଂ ରାଜେନ୍ଦ୍ର କୁମାର ସାହୁ, ଗଗନ ବେହେରା, ରମେଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ।