କୁଜଙ୍ଗ / ଜିଲ୍ଲାନାସୀ ପଞ୍ଚାୟତ, 04/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
ତା - ୨/୮ : ପାରାଦୀପ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସମ୍ୱିତ ରାଉତରାୟ ଆଜି ବନ୍ଯାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜିଲ୍ଲାନାସୀ ପଞ୍ଚାୟତର ତେନ୍ତୁଳିଆ ଖମାର,ସାହାରାଡିଆ, ବରିହାଡିଆ ଗ୍ରାମ ପରିକ୍ରମା କରି ବନ୍ଯା ବିପନ୍ନ ପରିବାରକୁ ସମବେଦନା ଜଣାଇଁ ଥିଲେ।୧ନଂ ଜୋନ ଜିଲ୍ଲା ପରିଷଦ ସଭ୍ଯ ପ୍ରମୋଦ ଚରଣ ସ୍ୱାଇଁ, ସମାଜସେବୀ ଅରୁଣ କୁମାର ବେହେରା, ସମିତି ସଭ୍ଯ ସତ୍ଯବାନ ମୁଦୁଲି, ରାଜେନ୍ଦ୍ର ସାହୁ, ପବିତ୍ର ମୋହନ ପ୍ରଧାନ, କୁଜଙ୍ଗ ର ପୂର୍ବତନ ସମିତି ସଭ୍ଯ କବିରଞନ ବେହେରା, ସରତ ମହାନ୍ତି, ମନରଞ୍ଜନ ପ୍ରଧାନ, ପ୍ରଦିପ ଦାସ,ଆଲୋକ ସ୍ୱାଇଁ, ବିଚିତ୍ର ମହାନ୍ତିଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥଲେ।