ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ଓ ଇନସlଫ ପକ୍ଷରୁ ପରିବେଶ ସଚେତନତା

ତିର୍ତ୍ତୋଲ, 04/08/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶାଗବାରିଅlର ଅଗ୍ରଣୀ ଅନୁଷ୍ଠାନ ସୁଶ୍ରୀ ଶୁଭଶ୍ରୀ ଓ ଇନସlଫ ପକ୍ଷରୁ ଏକ ପରିବେଶ ସଚେତନତା ସଭା ରାହାମା ତାଳପଡା ସେଣ୍ଟ ଜାଭିଅର ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି l ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ଓ ଇନlସଫ କର୍ମକର୍ତ୍ତା ପରିବେଶବିତ ଉତ୍କଳ ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱlବଧାନରେ ତଥା ବଡଖବର ପ୍ରତିନିଧି ଚନ୍ଦ୍ରକାନ୍ତ ବାରିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲେଖ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ସେନା ବିଭାଗ ଏ ଏସ ଆଇ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସ୍ୱାଇଁ ଓ ଅତିଥିଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ରାଧାରମଣ ଶତପଥି, ସୁଶ୍ରୀ ଅର୍ପିତା ଦାସ l ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିରେ ବୃକ୍ଷର ମାହାତ୍ମ୍ୟ ଉପରେ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର, ବୃକ୍ଷ ଚାରା ଓ ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବା ସହ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ଅତିଥିଗଣ ଜଗନ୍ନାଥ ସଂସ୍କୃତି କହିଲେ ବୃକ୍ଷ ହିଁ ବୁଝାଏ ବୋଲି ବିଭିନ୍ନ ମତ ଅନୁସାରେ ପ୍ରମାଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ବିଦ୍ୟାଳୟର ଉପାଧ୍ୟକ୍ଷl ଶ୍ରୀମତୀ ଅଞ୍ଜନା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l
7