ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉପଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ:୬ଟି ବଳଦ ସହ ଗାଡ଼ି ଓ ସାର ବୋଝେଇ ଟ୍ରକ ଜବତ

ରାୟଗଡ଼ା, 04/08/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) : ତା. ୪ ଅଗଷ୍ଟ : ଜିଲ୍ଲାରେ ଆଇନର ଶାସନ ସୁନିଶ୍ଚିତ କରିବା ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ଦ୍ୱାରା ଆଜି ଏକ ଅଚାନକ ପରିଦର୍ଶନ କରାଯାଇଥିଲା। ପରିଦର୍ଶନ ସମୟରେ ଜନତା ଗାଁ ନିକଟରେ ୬ଟି ବଳଦ ବୋଝେଇ ଯାଉଥିବା ଏକ ଗାଡ଼ିକୁ ଜବତ କରାଯାଇଥିଲା। ଏହାପରେ ଜନତା ଗାଁରୁ ଫେରୁଥିବା ବେଳେ ଘାଟି ଅଞ୍ଚଳରେ ସନ୍ଦେହଜନକ ଭାବେ ସାର ବୋଝେଇ ଯାଉଥିବା ଏକ ଟ୍ରକକୁ ମଧ୍ୟ ଅଟକାଇ ଯାଞ୍ଚ କରାଯାଇଥିଲା। ପ୍ରାଥମିକ ଯାଞ୍ଚ ପରେ ଉକ୍ତ ଟ୍ରକକୁ ମଧ୍ୟ ଜବତ କରାଯାଇଥିଲା।
Article Image
ଜବତ ହୋଇଥିବା ଉଭୟ ଗାଡ଼ିକୁ ପରବର୍ତ୍ତୀ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାୟଗଡ଼ ପୋଲିସଙ୍କ ନିକଟକୁ ହସ୍ତାନ୍ତର କରାଯାଇଛି। ପ୍ରଶାସନ ପକ୍ଷରୁ ବେଆଇନ ପରିବହନ ଏବଂ ଅନ୍ୟାନ୍ୟ ଅନିୟମିତ କାର୍ଯ୍ୟକଳାପ ବିରୋଧରେ ଏଭଳି ଯାଞ୍ଚ ଓ ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
5