କୁଜଙ୍ଗ , 04/08/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୁଜଙ୍ଗ ଅଙ୍ଗନବାଡ଼ି ମ୍ୟାନେଜମେଣ୍ଟ କମିଟି ପକ୍ଷରୁ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ପାଳନ କରାଯାଉଛି।
"ସ୍ତନ୍ୟପାନ – ଶିଶୁର ସୁସ୍ଥ, ସୁରକ୍ଷିତ ଓ ସଶକ୍ତ ଭବିଷ୍ୟତର ପ୍ରଥମ ପଦକ୍ଷେପ" ବାର୍ତ୍ତାକୁ ନେଇ ଅଙ୍ଗନବାଡ଼ି କର୍ମୀମାନେ ଘର ଘର ବୁଲି ମା' ଓ ପରିବାର ସଦସ୍ୟଙ୍କୁ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ବୁଝାଇବା ସହ ସରକାରଙ୍କ ଯୋଜନା ବିଷୟରେ ସଚେତନ କରୁଛନ୍ତି। ଏହା ମାଧ୍ୟମରେ ପ୍ରତ୍ୟେକ ମା' ଓ ଶିଶୁ ସରକାରୀ ସୁବିଧାର ଲାଭ ପାଇପାରିବେ ବୋଲି ସେମାନେ ପ୍ରୟାସ କରୁଛନ୍ତି।
ଏହି କାର୍ଯ୍ୟକ୍ରମରେ କମିଟିର ଚେୟାରପର୍ସନ ଶ୍ରୀମତୀ ସନ୍ତୋଷିନୀ ସ୍ୱାଇଁ, ଅଙ୍ଗନବାଡ଼ି କର୍ମୀ ସସ୍ମିତା ଦାସ ଓ କାଞ୍ଚନ ମହାରଣା, କମିଟି ସଦସ୍ୟା ସୁଭାଷିନୀ ମହାପାତ୍ର, ଅନୁଫା ଅଖତର, ତଏରୁଣ, ଆଶାକର୍ମୀ ଲକ୍ଷ୍ମୀପ୍ରିୟା ନାୟକ, ଶିକ୍ଷୟିତ୍ରୀ ଦେବକୀ ଲେଙ୍କା ଓ ପ୍ରିୟଙ୍କା ଦାସ ସକ୍ରିୟ ସହଯୋଗ କରିଥିଲେ।